ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟେକ୍ନୋଲୋଜି ହେଉ ଅବା ଯେକୌଣସି କ୍ରୀଡ଼ା ପ୍ରତିଯୋଗିତା ସମସ୍ତ କ୍ଷେତ୍ରରେ ବିଶ୍ୱସ୍ତରରେ ଆଗରେ ରହିଥାଏ ଚୀନ୍। ଅଲମ୍ପିକ୍ସରେ ସବୁବେଳେ ରେକର୍ଡ ସଂଖ୍ୟକ ପଦକ ଜିତୁଥିବା ଚୀନରେ କ୍ରିକେଟ ଖେଳ ଦେଖିବାକୁ ମିଳେନାହିଁ।

ବର୍ତ୍ତମାନ ବିଶ୍ୱରେ କ୍ରିକେଟ ଏକ ଲୋକପ୍ରିୟ ଖେଳ ଭାବେ ବେଶ୍ ପରିଚିତ। କିନ୍ତୁ ଚୀନର ନାଗରିକମାନଙ୍କୁ ଏହି ଖେଳ ସେମିତି ପସନ୍ଦ ନୁହେଁ। ଚୀନ ମଧ୍ୟ କ୍ରିକେଟର କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିନଥାଏ।

 ଏହା ପଛର କାରଣ କଣ ଜାଣିଛନ୍ତି କି?

ବିଶ୍ୱର ସମସ୍ତ ରାଷ୍ଟ୍ରରେ ନିଜର ଉପନିବେଶ ସ୍ଥାପନ କରିଥିବା ଇଂରେଜମାନେ ଚୀନରେ ନିଜର ଉପନିବେଶ ସ୍ଥାପନ କରିନଥିଲେ। ସେହି କାରଣରୁ ଚୀନରେ କ୍ରିକେଟ ଖେଳ ସେଭଳି ଲୋକପ୍ରିୟ ହୋଇପାରିନଥିଲା। ଇଂରେଜମାନେ ସେ ସମୟରେ ମୁଖ୍ୟତଃ କ୍ରିକେଟ ହିଁ ଖେଳୁଥିଲେ। ତେଣୁ ତାଙ୍କ ଦ୍ୱାରା ଶାସିତ ଦେଶରେ କ୍ରିକେଟ ଖେଳ ପରିଚିତ ହୋଇଥିଲା।

ଅନ୍ୟପଟେ ଚୀନ ସବୁବେଳେ ଅଲମ୍ପିକ୍ସ ଖେଳ ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ। ସେହି ଅନୁଯାୟୀ ନିଜ ଖେଳାଳିମାନଙ୍କୁ ସେ ଟ୍ରେନିଂ ଦେଇଥାଏ। ଅଲମ୍ପିକ୍ସରେ କ୍ରିକେଟ ସାମିଲ ନଥିବାରୁ ଚୀନ ନାଗରିକମାନେ କ୍ରିକେଟ ପ୍ରତି ଆଗ୍ରହ ପ୍ରକାଶ କରିନଥାନ୍ତି।

କ୍ରିକେଟ ଚୀନରେ ଲୋକପ୍ରିୟ ନହେବାର ଆଉ ଏକ କାରଣ ହେଲା ଚୀନ୍ ନିଜର ଖେଳ ମାଧ୍ୟମରେ ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ ଚେଷ୍ଟା କରିଥାଏ। ହେଲେ କ୍ରିକେଟ ବିଶ୍ୱର କେତୋଟି ହାତଗଣତି ଦେଶରେ ଖେଳାଯାଉଛି। ଏହି କାରଣରୁ ଚୀନ ସରକାର କିମ୍ବା ନାଗରିକ କ୍ରିକେଟ ପ୍ରତି ସେତେଟା ଇଚ୍ଛା ରଖନ୍ତି ନାହିଁ।

ତେବେ ଗତକିଛି ବର୍ଷ ଧରି ଚୀନ ତା’ର ନାଗରିକମାନଙ୍କୁ କ୍ରିକେଟ ଖେଳିବାକୁ ପ୍ରଶିକ୍ଷଣ ଦେଉଥିବା ନଜର ଆସୁଛି। ଆଗକୁ ମଧ୍ୟ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବା ନେଇ ଖବର ପ୍ରକାଶ ପାଉଛି। ତେଣୁ ଚୀନ ତା ଦେଶର ଏକ କ୍ରିକେଟ୍ ଟିମ୍ ତିଆରି କରୁଥିବା ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here