ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ୍‌ ପାଇଁ ତାମିଲନାଡୁର ବିଭିନ୍ନ ସ୍ଥାନରେ ଫସିଥିବା ଓଡ଼ିଆ ଲୋକ ନିଜ ଗାଁକୁ ଫେରିବେ। ସେମାନଙ୍କୁ ସୁବିଧାରେ ଓଡ଼ିଶା ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଛନ୍ତି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଅନୁରୋଧ ରକ୍ଷା କରିଛନ୍ତି। ତାମିଲନାଡୁରେ ଯେଉଁ ଓଡ଼ିଆମାନେ ଫସି ରହିଛନ୍ତି ସେମାନଙ୍କୁ ସୁବିଧାରେ ଓଡ଼ିଶା ପଠାଯିବ ବୋଲି ପାଲାନିସ୍ୱାମୀ ପ୍ରତିଶ୍ରୁତି ଦେଇଛନ୍ତି। ନବୀନ ଏଥିପାଇଁ ପାଲିନିସ୍ୱାମୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ଲକ୍‌ଡାଉନ୍‌ ଲାଗୁ ହେବା ପରେ ଦେଶର ବିଭିନ୍ନ ରାଜ୍ୟରେ ଓଡ଼ିଆ ଲୋକ ଫସି ରହିଛନ୍ତି। ସେମାନଙ୍କ ରହିବା, ଖାଇବା ବ୍ୟବସ୍ଥା କରିବା ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ନବୀନ କଥା ହୋଇଥିଲେ। ଏ ବାବଦରେ ଯାହା ଖର୍ଚ୍ଚ ହେବ ଓଡ଼ିଶା ସରକାର ବହନ କରିବେ ବୋଲି କହିଥିଲେ।

ଏବେ ବିଭିନ୍ନ ରାଜ୍ୟରୁ ଓଡ଼ିଆ ଓଡ଼ିଶାକୁ ଫେରୁଛନ୍ତି। ସୁରତରୁ ଗଞ୍ଜାମକୁ ୪ଟି ବସ୍‌ରେ ଓଡ଼ିଆ ଫେରିଥିବା ବେଳେ ଭଦ୍ରକ ଜିଲ୍ଲାକୁ ଲୋକେ ବସ୍‌ରେ ଫେରୁଛନ୍ତି। ଲକ୍‌ଡାଉନ୍‌ ହଟିବା ପରେ ବିଭିନ୍ନ ରାଜ୍ୟରୁ ଓଡ଼ିଆ ଲୋକ ଫେରିବେ।

Comment