ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲବାଣୀ କଳିଙ୍ଗା ଘାଟିରେ ପୁଣି ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଏହି ବସ୍‌ଟି ମଧ୍ୟ ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଫେରୁଥିଲା। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଏସ୍‌ଡିପିଓ ମଧ୍ୟ ପହଞ୍ଚିଛନ୍ତି।

ବସ୍‌ରେ ସୋରଡ଼ା ଅଞ୍ଚଳର ସୁରତ ଫେରନ୍ତା ଥିବା ସୂଚନା। ବସ୍‌ରେ ୩ ମହିଳାଙ୍କ ସମେତ ୫୭ ଯାତ୍ରୀ ଥିଲେ। ଡ୍ରାଇଭର ନୂଆ ହୋଇଥିବା ଏହି ଦୁର୍ଘଟଣା ଘଟିଛି ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି।

ଶନିବାର ରାତିରେ ମଧ୍ୟ ୫୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଫେରୁଥିବା ଏକ ବସ୍‌ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ।

Comment