ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଘରୋଇ ଚ୍ୟାନେଲ କଲର୍ସ ଓ ଷ୍ଟାରପ୍ଲସରେ ଆଜିଠୁ ପ୍ରସାରିତ ହେବ ରାମାୟଣ ଓ ମହାଭାରତ।
ଦୂରଦର୍ଶନ ପରେ ଏବେ ଘରୋଇ ଚ୍ୟାନେଲରେ ବି ପ୍ରସାରଣ ହେବାକୁ ଯାଉଛି ରାମାୟଣ ଓ ମହାଭାରତ। ଏହି ଦୁଇ ସିରିଏଲର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଷ୍ଟାରପ୍ଲସ୍ ଓ କଲର୍ସ ଏହାକୁ ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୪ ଅର୍ଥାତ ଆଜିଠାରୁ ଏହି ଦୁଇ ସିରିଏଲ ପ୍ରସାରଣ ହେବ। କଲର୍ସରେ ବି ଆର୍ ଚୋପ୍ରାଙ୍କ ମହାଭାରତ ରାତି ୭ଟାରୁ ୯ଟା ଦୁଇ ଘଣ୍ଟା ପ୍ରସାରଣ ହେବ।
Taiyyar ho jaaiye ek baar phir dekhne #Mahabharat ki anokhi kahani, kal se har din shaam 7 baje sirf #Colors par. #MahabharatOnColors pic.twitter.com/SXJLUrETst
— COLORS (@ColorsTV) May 3, 2020

ସେହିପରି ଷ୍ଟାରପ୍ଲସରେ ରାମାନନ୍ଦ ସାଗରଙ୍କ ରାମାୟଣ ଆଜିଠାରୁ ପ୍ରତିଦିନ ସନ୍ଧ୍ୟା ୭ଟା ୩୦ରେ ପ୍ରସାରଣ ହେବ। ଏନେଇ ଉଭୟ ଚ୍ୟାନେଲ ଟୁଇଟ କରି ସୂଚନା ଦେଇଛନ୍ତି।
Ayodhya ke vaasi, purusho mein sarvotam, sabke priy maryada purushottam Shri Ram ki kahaani #Ramayan..
4 May se, Somvaar se Ravivaar shaam 7:30 baje StarPlus par. #RamayanOnStarPlus@arungovil12 @LahriSunil @ChikhliaDipika pic.twitter.com/Hpg38bVxpw— StarPlus (@StarPlus) May 3, 2020
ସୁବୁଠୁ ଖାସ କଥା ହେଲା ୮୦ ଦଶକର ଏହି ଦୁଇ ସିରିଏଲକୁ ଦର୍ଶକ ଏବେ ବି ପସନ୍ଦ କରୁଛନ୍ତି। ନକିଟରେ ରାମାୟଣ ବିଶ୍ୱ ରେକର୍ଡ ମଧ୍ୟ କରିଛି। ସବୁଠୁ ଲୋକପ୍ରିୟ ସିରିଏଲ ଭାବେ ରାମାୟଣ ପ୍ରଥମ ସ୍ଥାନରେ ଓ ମହାଭାରତ ଦ୍ୱିତୀୟ ସ୍ଥାନରେ ରହିଛି।

















