ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁଲାଇ ମାସ ୨୪ ତାରିଖରୁ ଯୁକ୍ତ ତିନି ଏବଂ ଅଗଷ୍ଟ ୨୦ ତାରିଖରୁ ପିଜିର ଫାଇନାଲ ସେମିଷ୍ଟାର ପରୀକ୍ଷା ହେବ। ଏନେଇ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ବୈଠକ ପରେ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ।

ରାଜ୍ୟରେ ଯୁକ୍ତ ତିନି ଓ ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା କେବେ ହେବ ସେନେଇ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କର ଏକ ବୈଠକ ବସିଥିଲା। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଏହି ଦୁଇ ତାରିଖରୁ ଯୁକ୍ତ ତିନି ଓ ପିଜି ପରୀକ୍ଷା ଆରମ୍ଭ କରାଯିବ। ଏଥିସହ ଆସନ୍ତା ନଭେମ୍ବର ମାସରୁ ପିଜି କ୍ଲାସ ଆରମ୍ଭ ହେବ। ଏହାଛଡ଼ା ସେପ୍ଟେମ୍ବର ଓ ଅକ୍ଟୋବର ମାସ ଭିତରେ ପିଜି ପ୍ରବେଶିକା ପରୀକ୍ଷା ହୋଇ ନୂଆ ପିଲାଙ୍କ ଆଡମିସନ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଲକଡାଉନ୍ କାରଣରୁ ଏବେ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି। ଫଳରେ ଫାଇନାଲ ସେମିଷ୍ଟାର ପିଲାଙ୍କର ପରୀକ୍ଷା ମଧ୍ୟ ବାକି ପଡ଼ିଛି। ତେଣୁ ଲକଡାଉନ୍ ଖୋଲିବା ପରେ ଏହି ଦୁଇ ତାରିଖରୁ ପରୀକ୍ଷା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।

Comment