ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦେଶରେ ଦିନକୁ ଦିନ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଏହାରି ମଧ୍ୟରେ ମହାରାଷ୍ଟ୍ରର ଏକ ଖବର ସମସ୍ତଙ୍କର ହୋସ୍ ଉଡ଼ାଇ ଦେଇଛି। ମହାରାଷ୍ଟ୍ର ପୋଲିସ ବିଭାଗରେ କାମ କରୁଥିବା ୭୧୪ ଜଣ ପୋଲିସ ଅଧିକାରୀ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି।

ଦେଶରେ ଏବେ ମହାରାଷ୍ଟ୍ରରେ ସବୁଠୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୧୯ ହଜାରରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୭୧୪ ଜଣ କରୋନା ପଜିଟିଭ୍ ଧରାପଡ଼ିଛନ୍ତି। ସେଥିମଧ୍ୟରୁ ଏବେ ବି ୬୪୮ ଜଣ ସକ୍ରିୟ ରହିଥିବାବେଳେ ୬୧ ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ୫ ଜଣ ପୋଲିସ ଅଧିକାରୀ ମହାରାଷ୍ଟ୍ରରେ କରୋନାରେ ପ୍ରାଣ ହରାଇଛନ୍ତି ବୋଲି ସୂଚନା ମିଳିଛି।

ଅନ୍ୟପଟେ ଦେଶରେ ମଧ୍ୟ ହୁ ହୁ ହୋଇ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ସୁଦ୍ଧା ଦେଶରେ ୫୬ ହଜାରରୁ ଅଧିକ ଲୋକ ପଜିଟିଭ୍ ଧରାପଡ଼ିଛନ୍ତି। ସେଥିମଧ୍ୟରୁ ୩୯,୮୩୪ ଜଣ ସକ୍ରିୟ ରହିଥିବାବେଳେ ୧୭ ହଜାର ୮୪୭ ଜଣ ସୁସ୍ଥ ହୋଇଛନ୍ତି।

Comment