ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଶନିବାର ଦିନ ୧୧ଟା ସୁଦ୍ଧା ୨୧.୩୦ ପ୍ରତିଶତ ମତଦାନ ହୋଇଛି। ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଭୋଟରଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଦିନ ୧୧ଟା ସୁଦ୍ଧା ଢେଙ୍କାନାଳ ଲୋକସଭା ଆସନରେ ସର୍ବାଧିକ ୨୨.୪୧ ପ୍ରତିଶତ ମତଦାନ ହୋଇଥିବା ବେଳେ କଟକରେ ସର୍ବନିମ୍ନ ୨୦.୪୭ ପ୍ରତିଶତ ଭୋଟଗ୍ରହଣ ହୋଇଛି।

ସେହପରି ଭୁବନେଶ୍ଵର ଲୋକସଭା ଆସନରେ ୨୦.୭୨ ପ୍ରତିଶତ, କେନ୍ଦୁଝରରେ ୨୦.୮୯ ପ୍ରତିଶତ, ପୁରୀରେ ୨୧.୫୧ ପ୍ରତିଶତ ଏବଂ ସମ୍ବଲପୁରରେ ୨୧.୮୯ ପ୍ରତିଶତ ମତଦାନ ହୋଇଛି।

ତେବେ ସନ୍ଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ମତଦାନ ହାର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଚଳିତ ବର୍ଷ ନିର୍ବାଚନରେ ଲୋକେ ଅଧିକ ସଂଖ୍ୟାରେ ଭୋଟ୍ ଦେବେ ବୋଲି ନିର୍ବାଚନ କମିଶନ ଆଶାବ୍ୟକ୍ତ କରିଛନ୍ତି।

Tags: #OdishaAssemblyElections2024 #Voting #Voters #Odisha #ECI #India

LEAVE A REPLY

Please enter your comment!
Please enter your name here