ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୮  ବର୍ଷ ବୟସରେ ପାଦ ଦେଲେ ସାଉଥ୍‌ ସୁନ୍ଦରୀ ସାଇ ପଲ୍ଲବୀ। ବିନା ମେକ୍‌ଅପ୍‌ ପାଇଁ ସେ ସୃଷ୍ଟି କରିଛନ୍ତି ନିଆରା ପରିଚୟ।

ଆଜି ତେଲୁଗୁ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ଜନ୍ମଦିନ, ଯିଏକି ତାଙ୍କର ଡେବ୍ୟୁ ଫିଲ୍ମ ‘ଫିଦା’ରୁ ଲୋକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଥିଲେ। ଫିଲ୍ମରେ ତାଙ୍କର ଭିନ୍ନ ଅଭିନୟ ପାଇଁ ସେ ବେଶ୍‌ ଜଣାଶୁଣା। ଆପଣ ଜାଣନ୍ତି କି ସାଇ ପଲ୍ଲବୀ କେବେ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ। କାରଣ ସେ ଡାକ୍ତରୀ ପାଠ ପଢ଼ୁଥିଲେ।

ସାଇ ପଲ୍ଲବୀ ଟିଏସଏମୟୁରେ ପାଠ ପଢ଼ୁଥିଲେ।  ୨୦୧୪ରେ ଡାକ୍ତରୀ ପଢ଼ିଲା ବେଳେ ନିର୍ଦ୍ଦେଶକ ଆଲଫୋନଜ ପୁଥେରିନ ତାଙ୍କୁ ‘ପ୍ରେମମ’ ଫିଲ୍ମରେ ‘ମଲାର’ ଭୂମିକାରେ ଅଭିନୟ କରିବାକୁ ଅଫର ଦେଇଥିଲେ।

ଏଥିପାଇଁ ପଲ୍ଲବୀ ସାଉଥ୍ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ପାଇଥିଲେ।  ଏହ ପରେ ତାଙ୍କର ମାଲାୟାଲମ୍ ଫିଲ୍ମ ‘କାଲୀ’ ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲା। ପଲ୍ଲବୀଙ୍କ ବିଶେଷତା ହେଉଛି ପରଦାରେ ସେ କମ୍ ମେକଅପ୍ ବ୍ୟବହାର କରନ୍ତି। ଯେଉଁଥିପାଇଁ ଦର୍ଶକ ତାଙ୍କୁ ଅଧିକ ପସନ୍ଦ କରୁଛନ୍ତି।

Comment