ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଓ ଲକ୍‌ଡାଉନ୍‌ ପାଇଁ ବିଦ୍ୟୁତ ବିତରଣ କମ୍ପାନି ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେମାନଙ୍କୁ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ଅଭିଯାନରେ ଆଶ୍ୱସ୍ତ ପ୍ରଦାନ କରିଛନ୍ତି। ବିଦ୍ୟୁତ ବିତରଣ କମ୍ପାନିମାନଙ୍କ ପାଇଁ ୯୦ ହଜାର କୋଟି ଟଙ୍କାର ୠଣ ବ୍ୟବସ୍ଥା କରାଯାଇଛି।

ବିଦ୍ୟୁତ ବିତରଣ କମ୍ପାନିଙ୍କୁ ରାଜ୍ୟ ସରକାରଙ୍କ ଗ୍ୟାରେଣ୍ଟରରେ ୠଣ ପ୍ରଦାନ କରାଯିବ। ଏହାସହ ବକେୟା ଆଦାୟ ହୋଇ ନଥିବାରୁ ବିଦ୍ୟୁତ ବିତରଣ କମ୍ପାନିରେ ନଗଦ ଟଙ୍କାର ଅଭାବ ରହିଛି। ବିଦ୍ୟୁତ ବିତରଣ କମ୍ପାନିଗୁଡ଼ିକ ଏବେ ବିଦ୍ୟୁତ ଉତ୍ପାଦନ ଓ ଟ୍ରାନ୍ସମିସନ କମ୍ପାନିକୁ ୯୪ ହଜାର କୋଟି ଟଙ୍କା ଦେବାର ଅଛି।

ବିଦ୍ୟୁତ ବିତରଣ କମ୍ପାନି ଗ୍ରାହକଙ୍କ ପାଇଁ ଡିଜିଟାଲ ପେମେଣ୍ଟର ବ୍ୟବସ୍ଥା କରିବେ। କମ୍ପାନିମାନେ ୠଣ ନେଇ ସେମାନଙ୍କ ବକେୟା ଅର୍ଥ ଦେଇପାରିବେ।

LEAVE A REPLY

Please enter your comment!
Please enter your name here