ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରେସମିଟ୍। ଜାଣନ୍ତୁ, ପ୍ରତିଟି ଅପଡେଟ୍

  • ଆୟକର ରିଟର୍ଣ୍ଣର ତାରିଖ ୩୦ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଗଲା: ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର
  • ଯେଉଁ କମ୍ପାନୀଗୁଡିକର ଟିକସ ବିଭିନ୍ନ ବିବାଦ କାରଣରୁ ବିଚାରାଧୀନ ଅଛି, ସେମାନେ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବିନା ସୁଧରେ ଟିକସ ଦେଇପାରିବେ।
  • ଆଗାମୀ ଗୋଟିଏ ବର୍ଷ ପର୍ଯ୍ୟନ୍ତ TDS ଏବଂ TCS  ପାଇଁ ୨୫ ପ୍ରତିଶତ ଦେୟ ଛାଡ। ଏହା ଆସନ୍ତା ବର୍ଷ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଜାରି ରହିବ। ଏହାଦ୍ୱାରା ୫୦ ହଜାର କୋଟି ଟଙ୍କା ଲାଭ ହେବ।
  • ୨୫ ମାର୍ଚ୍ଚ ୨୦୨୦ ପରେ ଯେଉଁମାନେ ପଞ୍ଜୀକରଣ ଏବଂ ନିର୍ମାଣ ପାଇଁ ଆଗେଇ ଆସିଛନ୍ତି ସେମାନେ ୬ ମାସ ପାଇଁ ଉପକୃତ ହେବେ। ବିଲଡରମାନେ ମଧ୍ୟ ଘର ସଂପୂର୍ଣ୍ଣ କରିବା ପାଇଁ ମଧ୍ୟ ସମୟ ପାଇବେ : ଅର୍ଥମନ୍ତ୍ରୀ
  • ନିର୍ମାଣ କାର୍ଯର ସମୟ ସୀମାକୁ ଆଉ ୬ ମାସ ବୃଦ୍ଧି କରାଗଲା। ଧାର୍ଯ୍ୟ ତାରିଖଠାରୁ ସମସ୍ତ ନିର୍ମାଣ କାମ ପାଇଁ ୬ ମାସ ଅଧିକ ସମୟ ଦିଆଯିବ।
  • ବିଦ୍ୟୁତ ବିତରଣ କମ୍ପାନିଙ୍କ ପାଇଁ ୯୦ ହଜାର କୋଟିର ସହାୟତା ଘୋଷଣା।
  • NBFC ମାନଙ୍କ ପାଇଁ ୩୦ ହଜାର କୋଟିର ଯୋଜନା ହୋଇଛି: ଅର୍ଥମନ୍ତ୍ରୀ
  • ୧୫ ହଜାରରୁ କମ୍ ଦରମା ପାଉଥିବା ଚାକିରିଆଙ୍କୁ ସରକାରୀ ସହାୟତା, ସରକାର ୨୪% ବେତନ ପିଏଫରେ ଜମା କରିବେ।
  • ଏଥିପାଇଁ ସରକାର ୨ ହଜାର ୫୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରୁଛନ୍ତି : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ଆସନ୍ତା ୩ ମାସ ପର୍ଯ୍ୟନ୍ତ ଇପିଏଫ ପାଇଁ ଦିଆଯାଇଥିବା ସହାୟତା ବୃଦ୍ଧି କରାଯାଉଛି। ଏହି ସୁବିଧା ଜୁନ୍, ଜୁଲାଇ ଓ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ।
  • ଏମଏସଏମଇକୁ ଇ-ମାର୍କେଟ ସହ ଯୋଡ଼ାଯିବ। ଫଳରେ ଏହାର ବଜାର ପ୍ରବେଶ ସୁଗମ ହେବ।
  • ଏହାଫଳରେ ଏମଏସଏମଇ ବ୍ୟବସାୟ କରିବା ସହଜ ହେବ। ଆତ୍ମନିର୍ଭରଶୀଳ ଭାରତ ବର୍ତ୍ତମାନ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଗତି କରିବ: ଅର୍ଥମନ୍ତ୍ରୀ
  • ୨ଶହ କୋଟି ଟଙ୍କା ମଧ୍ୟରେ କୌଣସି ଟେଣ୍ଡର ବିଶ୍ୱସ୍ତରୀୟ ଟେଣ୍ଡର ହେବ ନାହିଁ।
  • ଏହାର କାରବାର ୫ କୋଟି ପର୍ଯ୍ୟନ୍ତ ହେଲେ ମଧ୍ୟ ଏହାକୁ କ୍ଷୁଦ୍ର ଶିଳ୍ପରେ ଗଣତି କରାଯିବ।
  • ପୂର୍ବରୁ କ୍ଷୁଦ୍ର ଶିଳ୍ପରେ କେବଳ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ବିନିଯୋଗ କରାଯାଉଥିଲା। ବର୍ତ୍ତମାନ ଏହି ପୁଞ୍ଜି ବିନିଯୋଗ ପରିମାଣକୁ ୧ କୋଟି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
  • ବିଭିନ୍ନ ଅସୁବିଧାରେ ଥିବା ଏମଏସଏମଇ ସେକ୍ଟର ପାଇଁ ୨୦ ହଜାର କୋଟି ଟଙ୍କାର ଘୋଷଣା।
  • ଏହାଦ୍ୱାରା ୪୫ ଲକ୍ଷ ଏମଏସଏମଇ ସେକ୍ଟରକୁ ଗୋଟିଏ ବର୍ଷ ପାଇଁ ଟିକସ ଦେୟରୁ ମୁକ୍ତି ମିଳିବ।
  • ବିନା କୌଣସି ଗ୍ୟାରେଣ୍ଟିରେ ଏମଏସଏମଇକୁ ଚାରି ବର୍ଷ ପାଇଁ ତିନି ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ :ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର
  • ୧୫ଟି ଭିନ୍ନ ପଦକ୍ଷେପ ବିଷୟରେ ଉଲ୍ଲେଖ କରାଯିବ, ଯେଉଁଥିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ୬ଟି ପଦକ୍ଷେପ ନିଆଯିବ: ଅର୍ଥମନ୍ତ୍ରୀ
  • ଲକଡାଉନ୍ ହେବାର କିଛି ଘଣ୍ଟା ମଧ୍ୟରେ ରିଲିଫ ପ୍ୟାକେଜ ଘୋଷଣା କରାଯାଇଥିଲା ଏବଂ ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଇଥିଲା: ଅର୍ଥମନ୍ତ୍ରୀ
  • ବଜେଟ ପରେ ତୁରନ୍ତ କରୋନା ବିସ୍ଫୋରଣ ହୋଇଥିଲା। ଏହାପରେ ୭୯ କୋଟି ଟଙ୍କା ଗରିବ ଲୋକ ଆକାଉଣ୍ଟରେ ଦିଆଯାଇଥିଲା: ଅର୍ଥମନ୍ତ୍ରୀ
  • ପ୍ରତିଦିନ ଭିନ୍ନ ଭିନ୍ନ ସେକ୍ଟରକୁ ନେଇ ସୂଚନା ଦିଆଯିବ : ଅନୁରାଗ ଠାକୁର
  • ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିନ୍ତାଧାରା ଦେଶର ଲୋକଙ୍କୁ ନୂତନ ଶକ୍ତି ଯୋଗାଇଛି: ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର
  • ଡିବିଟି ମାଧ୍ୟମରେ ଆମ ସରକାର ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କାର୍ଯ୍ୟ କରୁଛନ୍ତି।
  • ଲୋକାଲ୍ ବ୍ରାଣ୍ଡକୁକୁ ବିଶ୍ୱ ସମ୍ମୁଖକୁ ଆଣିବାକୁ ହେବ।
  • ସମାଜରେ ଥିବା ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରି ଏହି ପ୍ୟାକେଜକୁ ପ୍ରସ୍ତୁତ କରାଯାଇଛି।
  • ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଏହି ପ୍ରଧାନମନ୍ତ୍ରୀ ଏହି ପ୍ୟାକେଜର ଘୋଷଣା କରିଛନ୍ତି : ଅର୍ଥମନ୍ତ୍ରୀ
  • ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ବିଷୟରେ ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Comment