ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଲୋକାଲ ବ୍ରାଣ୍ଡକୁ ସାରା ବିଶ୍ୱରେ ଉପଯୁକ୍ତ ପରିଚୟ ଦେବା ପାଇଁ ଉଦ୍ୟମ କରାଯିବ। ଆତ୍ମନିର୍ଭର ଭାରତର ଅର୍ଥ ହେଉଛି ଆତ୍ମନିର୍ଭରଶୀଳ ଭାରତ। ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରକୁ ନିଆଯିବ’’, କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ଭାରତ ଅଭିଯାନ ଉପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଉଛନ୍ତି। ଏହି ଅଭିଯାନ ପାଇଁ ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପ୍ୟାକେଜ ସମ୍ପର୍କରେ ନିର୍ମଳା ବିସ୍ତୃତ ସୂଚନା ଦେଉଛନ୍ତି।

‘‘ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରି ପ୍ୟାକେଜ ଘୋଷଣା କରାଯାଇଛି। ଏହି ପ୍ୟାକେଜ ଜରିଆରେ ଦେଶର ଅଭିବୃଦ୍ଧିକୁ ବଢ଼ାଇବାକୁ ପଡ଼ିବ’’, କହିଛନ୍ତି ଅର୍ଥମନ୍ତ୍ରୀ

Comment