ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଆଜି କେନ୍ଦ୍ରାପଡା ଜିଲ୍ଲାର ୩ଟି ବ୍ଲକରୁ ୧୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହାସହ ଜିଲ୍ଲାରେ ୨୨ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏଥିପାଇଁ ଭୟଭୀତ ନହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ଟୁଇଟ ଜରିଆରେ ଜିଲ୍ଲାପାଳ କହିଛନ୍ତି ଯେ ଏମାନେ ସମସ୍ତେ ସୁରତ ଫେରନ୍ତା। କେନ୍ଦ୍ରାପଡା ଫେରିବା ପରେ ସମସ୍ତଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରମାନଙ୍କରେ ରଖାଯାଇଥିଲା। ଏମାନେ କେଉଁଠି ହେଲେ ସାଧାରଣ ଲୋକମାନଙ୍କ ସହିତ ମିଳାମିଶା କରିନାହାନ୍ତି। ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ କୋଭିଡ ଚିକିତ୍ସା କେନ୍ଦ୍ରକୁ ନେଇ ଯାଇଛନ୍ତି। ତେଣୁ ଏମାନଙ୍କ ପାଇଁ ଜିଲ୍ଲାବାସୀ ଆଦୌ ଭୟଭୀତ ହେବାର କାରଣ ନାହିଁ।

ଏହି ସଂକ୍ରମିତ ମାନଙ୍କମଧ୍ୟରୁ ୮ ଜଣ ମହାକାଳପଡ଼ା ବ୍ଲକ ଅଞ୍ଚଳର ହୋଇଥିବା ବେଳେ ୪ ଜଣ କେନ୍ଦ୍ରାପଡା ବ୍ଲକ ଓ ଜଣେ ରାଜକନିକା ବ୍ଲକ ଅଞ୍ଚଳର ବୋଲି କୁହାଯାଉଛି। ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୯ ରହିଥିଲା। ସେମାନଙ୍କ ମଧ୍ୟରେ ୬ ଜଣ ସୁରତ ଫେରନ୍ତା ଥିଲେ। ଏବେ ଜିଲ୍ଲାରେ ସୁରତ ଫେରନ୍ତା ପଜିଟିଭ୍ ସଂଖ୍ୟା ୧୯ରେ ପହଞ୍ଚିଛି।

Comment