ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୭ରେ ମିସ୍‌ ଓ୍ୱାର୍ଲ୍ଡର ବିଜୟ ମୁକୁଟ ପିନ୍ଧିଥିବା ମାନୁଷୀ ଚିଲ୍ଲର ଆଜି ୨୩ତମ ଜନ୍ମ ଦିନ ପାଳନ କରୁଛନ୍ତି। ୧୯୯୭ରେ ହରିୟାଣାରେ ଜନ୍ମ ହୋଇଥିଲେ ସେ।

୨୦୧୭ରେ ମାନୁଷୀ ଚିଲ୍ଲର ଜିତିଥିଲେ ମିସ୍‌ ଓ୍ୱାର୍ଲ୍ଡ ମୁକୁଟ। ହରିୟାଣାର ଏକ ଛୋଟିଆ ଗାଁରୁ ଆସିଥିବା ମାନୁଷୀ ମିସ୍‌ ଓ୍ୱାର୍ଲ୍ଡ ମୁକୁଟ ଜିତି ଦେଶ ପାଇଁ ଆଣିଥିଲେ ଗର୍ବ ଓ ଗୌରବ। ଏମିତିକି ତାଙ୍କୁ ‘ବିୟୁଟି ଓ୍ୱିଥ ବ୍ରେନର ପରଫେକ୍ଟ କମ୍ବିନେସନ୍‌’ ବୋଲି କୁହାଯାଏ। ତାଙ୍କୁ ଏମିତି କହିବା ପଛରେ କାରଣ ହେଉଛି ତାଙ୍କ ବୁଦ୍ଧିମତା। ମିସ୍‌ ଓ୍ୱାର୍ଲ୍ଡ ପ୍ରତିଯୋଗିତାର ଶେଷ ରାଉଣ୍ଡରେ ଏକ ପ୍ରଶ୍ନର ଜବାବ ଦେଇ ସେ ବୁଦ୍ଧିମତାର ପରିଚୟ ଦେଇଥିଲେ। ଯାହା ତାଙ୍କୁ ମିସ୍‌ ଓ୍ୱାର୍ଲ୍ଡ ମୁକୁଟ ପିନ୍ଧାଇଥିଲା। ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ କ’ଣ ଥିଲା, ମାନୁଷୀ କ’ଣ ଜବାବ ଦେଇଥିଲେ?

ଫାଇନାଲରେ ମାନୁଷୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ କେଉଁ ଚାକିରିରେ ସବୁଠୁ ଅଧିକ ଦରମା ମିଳିବା ଉଚିତ ଏବଂ କାହିଁକି? ଏହି ପ୍ରଶ୍ନ ଜବାବରେ ମାନୁଷୀ କହିଥିଲେ,‘‘ମା’ଙ୍କୁ। ଜଣେ ମା’ଙ୍କୁ ଅଧିକ ସମ୍ମାନ ମିଳିବା ଉଚିତ। ଯଦି ଦରମା କଥା କୁହାଯାଏ ତେବେ ଟଙ୍କା ନୁହେଁ ବରଂ ତାଙ୍କୁ ସମ୍ମାନ ଓ ଭଲ ପାଇବା ମିଳିବା ଦରକାର। କାରଣ ମା’ ତାଙ୍କ ପିଲାମାନଙ୍କ ପାଇଁ ନିଜର ବଳିଦାନ ଦେଇଥାଏ। ସେଥିପାଇଁ ମା’ଙ୍କୁ ସବୁଠୁ ଅଧିକ ଦରମା ଆକାରରେ ଭଲପାଇବା ଓ ସମ୍ମାନ ମିଳିବା ଦରକାର’’।

ମାନୁଷୀଙ୍କ ଏହି ଉତ୍ତରରେ  ସମସ୍ତେ ସ୍ତବ୍ଧ ହୋଇଥିଲେ। ଜଜ୍‌ ମଧ୍ୟ ଖୁସି ହୋଇ ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ।

Comment