ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବାକୁ ଯାଉଛି ୱାନ୍‌ ନେସନ୍‌, ୱାନ୍‌ ରାସନ କାର୍ଡ। ଏହି କାର୍ଡ ପ୍ରଚଳନ ହେଲେ ପ୍ରବାସୀମାନେ ଯେକୌଣସି ରାଜ୍ୟର ରାସନ ଡିପୋକୁ ଯାଇ ରାସନ ପାଇପାରିବେ। ପ୍ରବାସୀ ଶ୍ରମିକଙ୍କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ୱାନ୍‌ ନେସନ୍‌, ୱାନ୍‌ ରାସନ କାର୍ଡ ପ୍ରଚଳନ ହେଲେ ପ୍ରବାସୀ ଶ୍ରମିକମାନେ ଉପକୃତ ହେବେ।

ବର୍ତ୍ତମାନ କରୋନା ସଙ୍କଟ ବେଳେ ପ୍ରବାସୀ ଶ୍ରମିକଙ୍କୁ ୫ କିଲୋ ଲେଖାଏଁ ଚାଉଳ କିମ୍ବା ଗହମ ଏବଂ ୧ କିଲୋ ଡାଲି ମିଳିବ। ୮ କୋଟି ପ୍ରବାସୀ ଶ୍ରମିକ ଏଥିରେ ଉପକୃତ ହେବେ। ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟ ସରକାର ଚିହ୍ନଟ କରିବେ।

ୱାନ୍‌ ନେସନ୍‌, ୱାନ୍‌ ରାସନ କାର୍ଡ ସାରା ଦୋରେ ପ୍ରଚଳନ କରିବାକୁ ପୂର୍ବରୁ ମୋଦୀ ସରକାର ଘୋଷଣା କରିଥିଲେ। ୨୦୨୦ ଜୁଲାଇ ପହିଲାରୁ ଏହା ଲାଗୁ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲେ। ଏହି କାର୍ଡ ଲାଗୁ ହେଲେ ପ୍ରବାସୀ ଶ୍ରମିକମାନେ ଦେଶର ଯେକୌଣସି ରାସନ୍‌ ଦୋକାନରୁ ରାସନ ଆଣିପାରିବେ।

Comment