ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୃହପାଳିତ ପଶୁଙ୍କୁ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିବା ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ଦେଶର ୫୩ କୋଟି, ଗୋରୁଗାଈ, ମଇଁଷୀଙ୍କୁ ଟିକା ଦିଆଯିବ। ଏଥିପାଇଁ ୧୩, ୩୪୩ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

ସେହିପରି ଗୋପାଳନ ଡାଏରୀ ପାଇଁ ୧୫ ହଜାର କୋଟି ଟଙ୍କାର ପାଣ୍ଠି ଘୋଷଣା ହୋଇଛି। ଦୁଗ୍ଧ ପ୍ରୋସେସିଂ ପ୍ଲାଣ୍ଟ, ଗୋଖାଦ୍ୟ କାରଖାନା ସ୍ଥାପନ ପାଇଁ ଏହି ପାଣ୍ଠିରୁ ଅର୍ଥ ଦିଆଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୨ ତାରିଖରେ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ଏଥିପାର୍ଇ ପ୍ରତିଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି କେଉଁ ସେକ୍ଟର ପାଇଁ କେତେ ଅର୍ଥ ବ୍ୟୟବରାଦ କରାଯିବ ସେନେଇ ସୂଚନା ଦେଉଛନ୍ତି।

ଗତ ତିନି ଦିନ ହେଲା ଲଗାତର ସୂଚନା ଦିଆଯାଉଛି। ପ୍ରଥମ ଦିନ ଏମ୍‌ଏସ୍‌ଏମଇ ସେକ୍ଟରକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଗତକାଲି ପ୍ରବାସୀ ଶ୍ରମିକ, ଗରିବ ଏବଂ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା ହୋଇଥିଲା। ଆଜି କୃଷି, ମତ୍ସ୍ୟ ଓ ପଶୁସମ୍ପଦ କ୍ଷେତ୍ର ପାଇଁ ପ୍ୟାକେଜ ଘୋଷଣା ହୋଇଛି।

Comment