ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆତ୍ମନିର୍ଭର ଭାରତ ଅଭିଯାନରେ ଆଜି କୃଷି, ଗୋପାଳନ ଓ ମତ୍ସ୍ୟ ସମ୍ପଦର ବିକାଶ ପାଇଁ ପ୍ୟାକେଜ ଘୋଷଣା ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତର ତୃତୀୟ ଦିନ ପାଇଁ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ୟାକେଜ ଘୋଷଣା କରୁଛନ୍ତି।

କୃଷି ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି।

ପ୍ରାଥମିକ ସମବାୟ ସମିତି, କୃଷକ ସମିତି ପାଇଁ ୧ ଲକ୍ଷ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି। ଭିତ୍ତିଭୂମି ନିର୍ମାଣ ଏବଂ କୃଷିଜାତ ଦ୍ରବ୍ୟ ସଂରକ୍ଷଣ ପାଇଁ ୧ ଲକ୍ଷ କୋଟି ଘୋଷଣା ହୋଇଛି। ଶୀତଳଭଣ୍ଡାର ଏବଂ ଗୋଦାମ ଘର ନିର୍ମାଣ ପାଇଁ ଏହି ପାଣ୍ଠି ଖର୍ଚ୍ଚ କରାଯିବ।

ବିଭିନ୍ନ ଅଞ୍ଚଳରେ ଉତ୍ପାଦନ ହେଉଥିବା ଦ୍ରବ୍ୟକୁ ନେଇ କ୍ଲଷ୍ଟର ଗଠନ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ତେଲେଙ୍ଗାନାର ହଳଦୀ, ଆନ୍ଧ୍ରର ଲଙ୍କା, କଶ୍ମୀରର କେଶର, କର୍ଣ୍ଣାଟକର ରାଗିକୁ ହେବ କ୍ଲଷ୍ଟର। ସ୍ଥାନୀୟ ଉତ୍ପାଦକୁ ବ୍ରାଣ୍ଡିଂ କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

Comment