ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଇ ସାରିଛି ବାତ୍ୟା ଅମ୍ଫନ। ସକାଳ ସାଢ଼େ ୧୧ଟାରେ ଏହା ମହାବାତ୍ୟାର ରୂପ ନେଇଛି। ଏହାସହ ଘଣ୍ଟାକୁ ୮ କିଲୋମିଟର ବେଗରେ ଗତି କରୁଛି ଅମ୍ଫନ। ପାରାଦୀପଠାରୁ ୭୮୦ କିଲୋମିଟର ଦୂରରେ ରହିଛି ବାତ୍ୟା ଅମ୍ଫନ। ଏନେଇ ଏସ୍‌ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ବର୍ତ୍ତମାନ ସମୁଦ୍ର ମଧ୍ୟରେ ଘଣ୍ଟାକୁ ୨୩୦ କିଲୋମିଟର ବେଗରେ ପବନ ବହୁଛି। ପବନର ବେଗ ୨୬୫ କିଲୋମିଟର ଯାଏଁ ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ରହିଛି। ଏହାର ପ୍ରଭାବରେ କାଲି ସକାଳୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ।

ବାତ୍ୟା ଅମ୍ଫନ ମେ’ ୨୦ ତାରିଖରେ ଦୀଘା ଓ ହାତିଆ ଉପକୂଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ। କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ଲ୍ୟାଣ୍ଡଫଲ୍‌ କରିବ ତାହା ସ୍ପଷ୍ଟ ହୋଇନାହିଁ। ଏହାର ଅଧିକ ପ୍ରଭାବ ପଶ୍ଚିମବଙ୍ଗ ଉପରେ ପଡ଼ିବ ବୋଲି ପୂର୍ବାନୁମାନ କରାଯାଇଛି।

ଅମ୍ଫାନ ପ୍ରଭାବରେ ଆଜି ସନ୍ଧ୍ୟାରେ ଗଞ୍ଜାମ, ଗଜପତି, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ହେବ। ୧୯ ତାରିଖ ସକାଳୁ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ଉତ୍ତର ଓଡ଼ିଶାର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ରାଜ୍ୟରେ ତଳିଆ ଅଞ୍ଚଳ ଲୋକଙ୍କୁ ଆଜିଠୁ ସ୍ଥାନାନ୍ତର କରାଯିବ। କାଲିଠୁ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର ହେବ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ପବନ ବହୁଥିବ ବେଳେ ଘରୁ ନବାହାରିବା ସହ ଗାଡ଼ି ମଧ୍ୟ ନବାହାରକରିବାକୁ ଏସ୍‌ଆରସି ପରାମର୍ଶ ଦେଇଛନ୍ତି।

Comment