ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦକ୍ଷିଣ ଉପକୂଳ ଓଡ଼ିଶାରେ ପବନର ବେଗ ୫୫ରୁ ୬୫ କିଲୋମିଟର ରହିଛି
  • ଆସନ୍ତାକାଲି ସକାଳେ ପବନର ବେଗ ବଢ଼ିବ
  • ୭୫ରୁ ୯୧ କିଲୋମିଟର ବେଗରେ ବହିପାରେ ପବନ
  • ଉତ୍ତର ଉପକୂଳ ଓଡ଼ିଶାରେ ୧୨୫ କିଲୋମିର ବେଗରେ ପବନ ବହିବ
  • ପଶ୍ଚିମବଙ୍ଗ ଓ ବାଂଲାଦେଶରେ ଅଧିକ କ୍ଷତି ହେବ
  • ଓଡ଼ିଶାର ୬ଟି ଜିଲ୍ଲାରେ ବର୍ଷା

ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇ ମାଡ଼ି ଆସୁଛି ବାତ୍ୟା ଅମ୍ପନ। ପାରାଦୀପଠାରୁ ବାତ୍ୟା ୪୨୦ କିଲୋମିଟର ଦୂରରେ ରହିଛି। ଘଣ୍ଟାକୁ ୧୫ କିଲୋମିଟର ବେଗରେ ଆଗକୁ ବଢ଼ୁଥିବା ଅମ୍ପନ ପ୍ରଭାବରେ ଓଡ଼ିଶାରେ କୋହଲା ପାଗ ରହିଛି। କିଛି ସ୍ଥାନରେ ଝିପି ଝିପି ବର୍ଷା ମଧ୍ୟ ଲାଗି ରହିଛି। ଆସନ୍ତାକାଲି ସକାରେ ଓଡ଼ିଶାରେ ପବନର ବେଗ ଅଧିକ ହେବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଅମ୍ପନ ପ୍ରଭାବରେ ଦକ୍ଷିଣ ଉପକୂଳରେ ପବନର ବେଗ ୫୫ରୁ ୬୫ କିଲୋମିଟର ରହିଛି। ଏହା ଆସନ୍ତାକାଲି ସକାଳେ ବଢ଼ିବ। ୭୫ରୁ ୯୧ କିଲୋମିଟର ବେଗରେ ପବନ ବହିବ। ଉତ୍ତର ଉପକୂଳ ଓଡ଼ିଶାରେ ପବନର ବେଗ ୧୨୫ କିଲୋମିଟର ହୋଇପାରେ।

Amphanଅମ୍ପନ ପ୍ରଭାବରେ ପଶ୍ଚିମଙ୍ଗ ଏବଂ ବାଂଲାଦେଶରେ ସର୍ବାଧିକ କ୍ଷତି ହେବ। କଚ୍ଚା ଘର ଭାଙ୍ଗିବା ସହ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ିବ। ବିଦ୍ୟୁତ ଖୁଣ୍ଟ ବି ଭାଙ୍ଗିବ। ପଶ୍ଚିମବଙ୍ଗର ଚବିଶି ପ୍ରଗଣା, କୋଲକାତା, ହୁଗୁଳି, ହାୱଡା ଜିଲ୍ଲାରେ ଅଧିକ କ୍ଷତି ହେବ।

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଅମ୍ପନ। ଏହି ସମୟରେ ପବନର ବେଗ ୧୮୦ରୁ ୧୮୫ କିଲୋମିଟର ହୋଇପାରେ।

Amphanବାତ୍ୟାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ଏବଂ ଓଡ଼ିଶାକୁ ୪୧ଟି ଏନଡିଆର୍‌ଏଫ୍‌ ଟିମ୍‌ ପଠାଯାଇଛି। ଓଡ଼ିଶାରେ ୧୫ଟି ଏନଡିଆର୍‌ଏଫ୍‌ ଟିମ୍ ମୁତୟନ ଅଛନ୍ତି। କଟର ସହିତ ଆବଶ୍ୟକୀୟ ଯନ୍ତ୍ରଂଶ ରହିଛି। ୨୪ଟି ଟିମ୍‌ ସଂରକ୍ଷିତ ରଖାଯାଇଥିବା ଏନ୍‌ଡିଆର୍‌ଏଫ୍‌ ଡିଜି ଏସ୍‌ ଏନ୍‌ ପ୍ରଧାନ ସୂଚନା ଦେଇଛନ୍ତି।

୧୯୯୯ ମସିହା ପରେ ବଙ୍ଗୋପସାଗରରେ ଦ୍ଵିତୀୟ ମହାବାତ୍ୟା ହେଉଛି ଅମ୍ପନ। ୨୧ ବର୍ଷ ପରେ ଏହି ମହାବାତ୍ୟା ସୃଷ୍ଟି ହୋଇଛି।

Comment