ଓଡ଼ିଶାଲାଇଭ୍‌ ବ୍ୟୁରୋ

amphan update

ଆସୁଛି ବାତ୍ୟା ଅମ୍ପନ। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ପନ ଅପ୍‌ଡେଟ୍‌ରୁ…

  • ପାରାଦୀପଠାରୁ ୧୨୦ କିଲୋମିଟର ଦୂରରେ ବାତ୍ୟା ଅମ୍ପନ।
  • ବାତ୍ୟା ଏବେ ଦକ୍ଷିଣରୁ ଉତ୍ତର ଆଡ଼କୁ ଗତି କରୁଛି।
  • ପାରାଦୀପରେ ପବନର ବେଗ କମିବାରେ ଲାଗିଛି।
  • ଭଦ୍ରକ ଓ ବାଲେଶ୍ଵରରେ ଧିରେ ଧିରେ ବଢ଼ୁଛି ପବନର ବେଗ।
  • ବାଲେଶ୍ଵରରେ ପବନର ବେଗ ୧୦୦ରୁ ୧୨୫ ଯାଏଁ ଛୁଇଁବ।
  • ଘଣ୍ଟାକୁ ୧୪ କିଲୋମିଟର ବେଗରେ ଗତି କରୁଛି ଅମ୍ପନ।
  • ଏପର୍ଯ୍ୟନ୍ତ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
  • ଅମ୍ପନ ପ୍ରଭାବରେ ଓଡ଼ିଶାରେ ଲାଗି ରହିଛି ବର୍ଷା, ପବନ।
  • ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର।
  • ପାରାଦୀପରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ବର୍ଷା, ପବନ ରେକର୍ଡ।
  • ପାରାଦୀପରେ ୧୯୬ ମିଲିମିଟର ବର୍ଷା, ୧୧୦ କିଲୋମିଟର ବେଗରେ ବହୁଛି ପବନ।
  • ଭୁବନେଶ୍ୱରରେ ୪୫ରୁ ୫୬ କିଲୋମିଟର ବେଗରେ ବହୁଛି ପବନ।
  • ବାଲେଶ୍ୱର ଭୋଗରାଇ ଅଞ୍ଚଳରେ ରାତି ୩ଟା ପରଠରୁ ବର୍ଷା, ପବନ।
  • ବାଲେଶ୍ୱର ଉଦୟପୁର ପାଖ ସମୁଦ୍ରରେ ଆସିଲା ଉଚ୍ଚ ଜୁଆର, ଲୋକେ ଛାନିଆ।
  • ଉପକୂଳ ଓଡ଼ିଶାରେ ଦିନ ୧ଟା ଯାଏଁ ଲାଗି ରହିବ ବର୍ଷା ପବନ।
  • ଆଜି ୪ଟା ପରେ ଭୋଗରାଇ ଦେଇ ଅତିକ୍ରମ କରିବ ବାତ୍ୟା।
  • ଦୀଘାଠାରୁ ୨୦୦ କିଲୋମିଟର ଏବଂ ବାଂଲାଦେଶଠାରୁ ୩୬୦ କିମି ଦୂରରେ ବାତ୍ୟା।
  • ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୧୦ ମଧ୍ୟରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିବ ଅମ୍ପନ।
  • ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ପ୍ରତି ଘଣ୍ଟା ରହିବ।
  • ଲ୍ୟାଣ୍ଡଫଲ୍ ପରେ କୋଲାକାତା ପାଖରେ ଉତ୍ତର, ଉତ୍ତର-ପୂର୍ବ ଦିଗକୁ ଗତି କରିବ।

Comment