ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରାଦୀପଠାରୁ ଦିଗ ବଦଳାଇଲା ବାତ୍ୟା ଅମ୍ପନ। ପାରାଦୀପଠାରୁ ପୂର୍ବ ଦକ୍ଷିଣ-ପୂର୍ବ ଦିଗରେ ଅମ୍ପନ ଗତି କରୁଛି। ଏବେ ପାରାଦୀପଠାରୁ ୧୨୫ କିଲୋମିଟର ଦୂରରେ ରହିଛି ଅମ୍ପନ। ବାତ୍ୟା ସନ୍ଧ୍ୟା ସାଢ଼େ ୮ ପରେ ଲ୍ୟାଣ୍ଡଫଲ୍ କରିପାରେ। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍‌ଆର ବିଶ୍ଵାସ।

ବର୍ତ୍ତମାନ ଦୀଘାଠାରୁ ୨୪୦ କିଲୋମିଟର ଓ ବାଂଲାଦେଶର କ୍ଷେତିପୁରାଠାରୁ ୩୯୫ କିଲୋମିଟର ଦୂରରେ ରହିଛି। ଏହା ଆଜି ସନ୍ଧ୍ୟାରେ ଦୀଘା ଓ ହାତୀଆ ଦୀପ ମଧ୍ୟରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିବ।

ଏହା ଆଜି ଅପରାହ୍‌ଣ ୪ଟା ପରେ ବାଲେଶ୍ଵର ଭୋଗରାଇକୁ ଅତିକ୍ରମ କରିବ। ଅମ୍ପନ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ପବନ ହେବ। ଏହାର ଅଧିକ ପ୍ରଭାବ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ଵରରେ ପଡ଼ିବ।

ବାତ୍ୟା ଅମ୍ପନ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ତଳିଆ ଅଞ୍ଚଲରୁ ଏଯାଏଁ  ୧ ଲକ୍ଷ ୧୯ ହଜାର ୭୫ ଲୋକ ସ୍ଥାନାନ୍ତର ହୋଇଛନ୍ତି।

Comment