ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ଅମ୍ପନର ପ୍ରଭାବ ଏବେ ଧୀରେ ଧୀରେ ଓଡ଼ିଶା ଉପରେ ପଡ଼ିବାରେ ଲାଗିଛି। ଯେଉଁ କାରଣରୁ କିଛି ସ୍ଥାନରେ ପ୍ରବଳ ବର୍ଷା ପବନ ହେବା ଯୋଗୁ ଗଛ ଓ ବିଦ୍ୟୁତ ଖୁଣ୍ଟି ଭାଙ୍ଗିଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଓ ଧାମରା ନିକଟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜୋରରେ ପବନ ବହିବା କାରଣରୁ ଗଛଗୁଡ଼ିକ ଭାଙ୍ଗିଯାଇଛି। କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟି ମଧ୍ୟ ଶୋଇପଡ଼ିଛି। ଏହି ଅଞ୍ଚଳରେ ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପହଞ୍ଚି ଗଛଗୁଡ଼ିକୁ ରାସ୍ତା ହଟାଇବାରେ ଲାଗିଛନ୍ତି।

ଅମ୍ପନ ପ୍ରଭାବରେ ଗତକାଲି ରାତିରୁ ଭଦ୍ରକରେ ବର୍ଷା ଆରମ୍ଭ ହୋଇଯାଇଛି। ଜୋରରେ ପବନ ବହିବା ସହିତ ଅମ୍ପନର ପ୍ରଭାବ ଅନୁଭୂତ ହୋଇଛି। କୁହାଯାଉଛି ଯେ ଆଗାମୀ ୬ ଘଣ୍ଟା ଉପକୂଳବର୍ତ୍ତୀ ଜିଲ୍ଲା ଭଦ୍ରକ, ବାଲେଶ୍ୱର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ।

Comment