ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ଅମ୍ପନ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଟୁଇଟ ଯୋଗେ ପ୍ରଶଂସା କରିଛନ୍ତି ମୋଦୀ।

ମୋଦୀ ଟୁଇଟ କରି କହିଛନ୍ତି, “ରାଜ୍ୟ ସାହସିକତାର ସହ ବାତ୍ୟା ଅମ୍ପନକୁ ମୁକାବିଲା କରିଛି। ରାଜ୍ୟବାସୀଙ୍କ ସହ ମୋ ସମବେଦନା ରହିଛି। ପୀଡ଼ିତାମାନଙ୍କୁ ସମସ୍ତ ସହଯୋଗ ଦେବାକୁ ଅଧିକାରୀମାନେ କାର୍ଯ୍ୟରତ ଅଛନ୍ତି। ତୁରନ୍ତ ଅବସ୍ଥା ସ୍ଵଭାବିକ ହୋଇଯିବ ବୋଲି ପ୍ରାର୍ଥନା କରୁଛି।”

ଅମ୍ପନ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ କ୍ଷୟକ୍ଷତି ଘଟିଛି। ଏହାର ତୁରନ୍ତ ରିପୋର୍ଟ ଦେବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହି ରିପୋର୍ଟ ଆଧାରରେ ବିପନ୍ନଙ୍କୁ କ୍ଷତିପୂରଣ ଦିଆଯିବ।

ସେହିପରି ବାତ୍ୟା ପଶ୍ଚିମବଙ୍ଗରେ ଅଧିକ କ୍ଷୟକ୍ଷତି ଘଟାଇଛି। ଏନେଇ ଗୃହମନ୍ତ୍ରାଳୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।

Comment