ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ବାତ୍ୟା ଅମ୍ପନକୁ ଜାତୀୟ ବିପତ୍ତି ଘୋଷଣା କରନ୍ତୁ କେନ୍ଦ୍ର ସରକାର। ବାତ୍ୟା ଯେଉଁ ରାଜ୍ୟରେ କ୍ଷତି କରିଛି ସେଥିପ୍ରତି ତୁରନ୍ତ ସହାୟତା ରାଶି ଦିଆଯାଉ। ସେଠାରେ ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟ କେମିତି ତ୍ୱରାନ୍ୱିତ ହେବ ସେଥିପ୍ରତି କେନ୍ଦ୍ର ସରକାର ବ୍ୟବସ୍ଥା କରନ୍ତୁ। କରୋନା ସଙ୍କଟ ବେଳେ ଏହି ବାତ୍ୟା ଆସିଥିବାରୁ ସରକାର ଏହାକୁ ଗୁରୁତ୍ୱ ଦିଅନ୍ତୁ’’, ଏହି ଦାବି କରିଛନ୍ତି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ।

କରୋନା ସଙ୍କଟ ପାଇଁ ବର୍ତ୍ତମାନ ସାରା ଦେଶରେ ଯେଉଁ ପରିସ୍ଥିତି ଦେଖାଦେଇଛି ଏହାକୁ ନେଇ ବିରୋଧୀ ଦଳମାନେ ଏକାଠି ହେଉଛନ୍ତି। କଂଗ୍ରେସ ନେତୃତ୍ୱରେ ୨୨ଟି ସମଭାବାପନ୍ନ ବିରୋଧୀ ଦଳଙ୍କୁ ନେଇ ଆଜି ଭିଡିଓ କନଫରେନ୍ସିଂରେ ବୈଠକ ଚାଲିଛି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନନିଆ ଗାନ୍ଧୀଙ୍କ ନେତୃତ୍ୱରେ ଏହି ବୈଠକ ଚାଲିଛି। ଏଥିରେ ୨୨ଟି ଦଳର ପ୍ରତିନିଧି ସାମିଲ ହୋଇଛନ୍ତି।

ବୈଠକ ଆରମ୍ଭରୁ ବାତ୍ୟା ଅମ୍ପନରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ବାତ୍ୟା ଅମ୍ପନ ପାଇଁ ଯେମିତି ଅନ୍ୟ ରୋଗ ସଂପୃକ୍ତ ରାଜ୍ୟମାନଙ୍କରେ ଦେଖା ନଦିଏ ସେଥିପ୍ରତି କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ଦାବି କରିଛନ୍ତି ବିରୋଧୀ।

ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ରମନ୍ତ୍ରୀ ମମତା ବାନାର୍ଜୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସାମିଲ ହୋଇଥିଲେ। ନିଜ ନିଜର ମତ ଉପସ୍ଥାପନ କରି ଏହି ଦୁଇ ମୁଖ୍ୟମନ୍ତ୍ରୀ ଅନ୍ୟ ବୈଠକରେ ଯୋଗ ଦେବା ପାଇଁ ଚାଲି ଯାଇଥିଲେ।

ଭିଡିଓ କନଫରେନ୍ସିଂରେ ଚାଲିଥିବା ବୈଠକରେ ଆରଜେଡିର ମନୋଜ ଝା, ଆର୍‌ଏଲ୍‌ଏସ୍‌ପି ଅଧ୍ୟକ୍ଷ ଉପେନ୍ଦ୍ର କୁଶବାହ, ସିପିଆଇର ଡି ରାଜା, ଶରଦ ଯାଦବ, ତେଜସ୍ୱୀ ଯାଦବ, ନାସନାଲ କନଫରେନ୍ସର ଓମାର ଅବଦୁଲ୍ଲା, ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝି, ଏନସିପି ନେତା ପ୍ରଫୁଲ୍ଲ ପଟେଲ, ଶରଦ ପାୱାର, ଶିବସେନର ସଞ୍ଜୟ ରାୱତ ପ୍ରମୁଖ ସାମିଲ ହୋଇଥିଲେ। କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ବୈଠକ ପରିଚାଳନା କରିଥିଲେ।

Comment