ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ୧୨ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ ଥିଲା।

ଟିଟିଲାଗଡ଼ ପୁଣି ତାତିଛି। ଆଜି ୪୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରି ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହ ପାଲଟିଛି। ବାତ୍ୟା ଅମ୍ପନ ପରେ ଓଡ଼ିଶାର ୧୨ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ ଥିଲା।

ପ୍ରବଳ ଖରା ଓ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ବାତ୍ୟାରେ ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ଲୋକେ ଖରା ଓ ଗୁଳୁଗୁଳିରେ ଛଟପଟ ହୋଇଥିଲେ।

ଆଜି ଭବାନୀପାଟଣାର ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ତାଳଚେର ୪୩.୮, ବଲାଙ୍ଗିର ୪୩.୫, ମାଲକାନଗିରି ୪୩, ସମ୍ବଲପୁର ୪୨.୬, ବୌଦ୍ଧ ୪୨.୫, ହୀରାକୁଦ ୪୨.୨, ସୋନପୁର ୪୨.୨, ଝାରସୁଗୁଡ଼ା ୪୨.୨ ଡିଗ୍ରୀ, ପାରଳାଖେମୁଣ୍ଡି ୪୨ ଓ ଫୁଲବାଣୀରେ ୪୧.୪ ଡିଗ୍ରୀ ରେକର୍ଡ କରାଯାଇଥିଲା।

Comment