ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଲକଡାଉନରେ ପୁଣିଥରେ ସିଦ୍ଧାର୍ଥ କୁମାର ତିୱାରୀଙ୍କ ମହାଭାରତ ଷ୍ଟାରପ୍ଲସରେ ପ୍ରସାରିତ ହେଉଛି। ରିଟେଲିକାଷ୍ଟ ହେବା ପରେ ପୁଣିଥରେ ସିରିଏଲର ଷ୍ଟାରକାଷ୍ଟ ଆଲୋଚନାକୁ ଆସିଛନ୍ତି। ଆଜି ଆମେ ମହାଭାରତରେ ସତ୍ୟବତୀଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସାୟନ୍ତିନୀ ଘୋଷଙ୍କ ବିଷୟରେ କହିବୁ ଯିଏ ଅନେକ ପୌରାଣିକ ସୋ’ରେ କାମ କରି ଲୋକପ୍ରିୟତା ହାସଲ କରିଛନ୍ତି।

ସାୟନ୍ତିନୀ ଟିଭିରେ ଇଚ୍ଛାଧାରୀ ନାଗିନ ଭୂମିକା ମଧ୍ୟ ନିଭାଇ ସାରିଛନ୍ତି। ୨୦୦୭ରେ ଆସିଥିବା ଟିଭି ସୋ’ ‘ନାଗିନ-ବାଦୋଁ କି ଅଗ୍ନିପରୀକ୍ଷା’ରେ ସେ ଇଚ୍ଛାଧାରୀ ନାଗିନ ରୋଲ୍‌ ପ୍ଲେ କରିଥିଲେ। କଲର୍ସରେ ପ୍ରସାରିତ ଏକତା କପୁରଙ୍କ ନାଗିନ ୪ରେ ମଧ୍ୟ ସେ ଏହି ରୋଲ ପ୍ଲେ କରିଥିଲେ।

ସାୟନ୍ତିନୀ ମିସ୍ କୋଲକାତା ବିୟୁଟି ପିଜେଣ୍ଟ ମଧ୍ୟ ଜିତିଥିଲେ। ଏହାପରେ ତାଙ୍କୁ ବଙ୍ଗଳା ଫିଲ୍ମ ଅଫର ମିଳିବା ଆରମ୍ଭ ହୋଇଥିଲା। ତାଙ୍କର ପ୍ରଥମ ହିନ୍ଦୀ ଟିଭି ସୋ’ ୨୦୦୨ରେ ‘କୁମକୁମ – ଏକ ପ୍ୟାରା ସା ବନ୍ଧନ’ ଆସିଥିଲା। ସାୟନ୍ତିନୀ ବିଗ୍ ବସରେ ମଧ୍ୟ ପ୍ରତିଯୋଗିତା କରିସାରିଛନ୍ତି।

ଘର ଏକ ସପ୍ନା, ସବକି ​​ଲାଡଲି ବେବୋ, ଗୀତ-ହୁଇ ସବସେ ପରାଇ, ରକ୍ତ ସମ୍ବନ୍ଧ, , ମହାଭାରତ, ସାସୁରାଲ୍ ସିମର କା, ସନ୍ତୋଷୀ ମା’, ନାମକରଣ, କର୍ଣ୍ଣ ସଙ୍ଗିନୀ, ସଞ୍ଜୀବନୀ ୨ ଭଳି ସିରିଏଲରେ କାମ କରିଛନ୍ତି ସାୟନ୍ତିନୀ।

Comment