ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଜଣେ ସରପଞ୍ଚ ଦୁର୍ନୀତିରେ ଲିପ୍ତ ଥିବା ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣିଲେ ୱାର୍ଡ ସଦସ୍ୟ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ନରସିଂହପୁର ଗ୍ରାମ ପଞ୍ଚାୟତରେ ଏଭଳି ଏକ ଘଟଣା ସାମନାକୁ ଆସିଛି।ମଙ୍ଗଳବାର ୧୪ରୁ ଅଧିକ ୱାର୍ଡ ସଦସ୍ୟ କେନ୍ଦ୍ରାପଡା ଜିଲ୍ଲା ଦପ୍ତରରେ ପହଞ୍ଚି ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ। ସେମାନଙ୍କ କହିବାନୁଯାୟୀ ନରସିଂହପୁର ଗ୍ରାମ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟରେ ଘୋର ଦୁର୍ନୀତିର ହୋଇଛି। ଏହା ପଛରେ ଖୋଦ୍ ଗ୍ରାମର ସରପଞ୍ଚ ରହିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।ପଞ୍ଚାୟତର ପୁରାତନ ଗୃହକୁ ବେଆଇନ ଭାବେ ଭାଙ୍ଗିବା ସହିତ ଏହି ଘରରୁ ବାହାରିଥିବା ପୁରୁଣା ଜିନିଷ ଗୁଡିକୁ ଆତ୍ମସାତ କରିବା, ଗ୍ରାମ୍ୟ ଆଲୋକୀକରଣ କିମ୍ବା ଛକ ସ୍ଥାନମାନଙ୍କରେ ବିଦ୍ୟୁତ୍ ଲାଇଟ ଲଗାଇବା, ପାନୀୟ ଜଳ ଯୋଗାଣ, ଘାଟ ଓ ତୁଠ ନିର୍ମାଣ, ପଲ୍ଲୀସଭାରେ ଆଦିରେ ଦୁର୍ନୀତି ହେବା ନେଇ ସେମାନେ ଅଭିଯୋଗ କରିଛନ୍ତି। ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କ ସହିତ ମିଶି ଠିକାଦାରୀ ଓ ଗୁଣ୍ଡାଗିରୀ କରୁଛନ୍ତି ଖୋଦ୍ ସରପଞ୍ଚ ପ୍ରଭାତ ସେଠୀ। ଗତ ଅମ୍ଫାନ ସମୟରେ ପଞ୍ଚାୟତକୁ ଆସିଥିବା ସୁଖିଲା ଖାଦ୍ୟରେ ମଧ୍ୟ ଦୁର୍ନୀତି କରିଛନ୍ତି ବୋଲି ୱାର୍ଡ ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଏଥିସହିତ ଏହି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଅଣାଯାଇଛି।

Comment