ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ପୁଣି ଆରମ୍ଭ ହୋଇଛି ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜିଠାରୁ ଏହି କାମ ଆରମ୍ଭ ହୋଇଛି। ଲକ୍‌ଡାଉନ୍‌ ଯୋଗୁଁ ୨ ମାସରୁ ଅଧିକ ସମୟ ହେଲା ଏହି କାମ ବନ୍ଦ ରହିଥିଲା।

ମୁଖ୍ୟମନ୍ତ୍ରୀ ବୁଧବାର ଭିଡିଓ କନଫରେନ୍ସିଂରେ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପରେ ସୌନ୍ଦର୍ଯ୍ୟକରଣ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇପଡ଼ିଛି ପୁରୀ ଜିଲ୍ଲା ପ୍ରଶାସନ। ବର୍ତ୍ତମାନ ଉତ୍ତର ଦ୍ଵାର ପାଖରୁ ଉଚ୍ଛେଦ କାମ ଆରମ୍ଭ ହୋଇଛି।

ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ କରିଥିଲେ ରାଜ୍ୟ ସରକାର। ଏହାସହ ପୁରୁଣା ମଠ ମଧ୍ୟ ଉଚ୍ଛେଦ କରିଥିଲେ। ପୁରୀକୁ ସୌନ୍ଦର୍ଯ୍ୟକରଣ କରିବା ଲାଗି ଏହି ବ୍ୟବସ୍ଥା କରାଯାଇଥିଲା। ହେଲେ କରୋନା ପାଇଁ ଏହି କାମ ବନ୍ଦ ରହିଥିଲା। ରଥଯାତ୍ରା ପାଖେଇ ଆସୁଥିବାରୁ ଏହି ସୌନ୍ଦର୍ଯ୍ୟକରଣ ଏବଂ ନିର୍ମାଣ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Comment