ଓଡ଼ିଶାଲାଇଭ୍ ବ୍ୟୁରୋ

rbi

ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (RBI) ଅଧୀନରେ ବ୍ୟାଙ୍କ୍ ମେଡିକାଲ କନସଲଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁନ୍ ମାସ ୨୯ ତାରିଖ ଯାଏଁ ଚାଲୁ ରହିବ। ଏହି ନିଯୁକ୍ତି ୩ ବର୍ଷ ପାଇଁ ଚୁକ୍ତିଭିତ୍ତିକ। ଏହା ବେଙ୍ଗାଳୁରୁରେ ଦିଆଯିବ।

ଯୋଗ୍ୟତା- ଏଲୋପେଥିକ୍ ସିଷ୍ଟମ ଅଫ୍ ମେଡିସିନ୍ ବିଭାଗରେ ଏମ୍.ବି.ବି.ଏସ୍ ଡିଗ୍ରୀ ହାସଲ କରିଥିବେ।ଜେନେରାଲ ମେଡିସିନରେ ମେଷ୍ଟର ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ। ମେଡିକାଲ ପ୍ରାକ୍ଟିସନର ଭାବରେ ଅତକମରେ ଦୁଇ ବର୍ଷର ଅଭିଜ୍ଞତା ଥିବ।

ଦରମା- ଘଣ୍ଟା ପ୍ରତି ୮୫୦ ଟଙ୍କା

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ନିଜର ଆବେଦନ ପତ୍ର  ଇମେଲ୍ ଜରିଆରେ hrmdbengaluru@rbi.org.inକୁ ପଠାଇପାରିବେ। କିମ୍ବା ନିଜର ଆବେଦନପତ୍ର ଜୁନ୍ ୨୯ ପୂର୍ବରୁ ନିମ୍ନଲିଖିତ ଠିକଣାକୁ ପଠାଇପାରିବେ। ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ। ଇଣ୍ଟରଭ୍ୟୁ ସମୟରେ ସମସ୍ତ ଡକ୍ୟୁମେଣ୍ଟର ଦାଖଲ କରିବାକୁ ହେବ।

ଠିକଣା– ଦି ରିଜିଓନାଲ୍ ଡିରେକ୍ଟର, ହ୍ୟୁମାନ୍ ରିସୋର୍ସ ମ୍ୟାନେଜମେଣ୍ଟ ଡିପାର୍ଟମେଣ୍ଟ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ,10/03/08, ନୃପାଥୁଙ୍ଗା ରୋଡ୍, ବେଙ୍ଗାଳୁରୁ-560001

ଅଧିକ ସୂଚନା ପାଇଁ rbidocs.rbi.org.inରେ ଲଗ୍ଇନ୍ କରନ୍ତୁ।

Source- www.chakiri.plus

Comment