ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା ସାରା ଓଡ଼ିଶା। ସମସ୍ତ ରାଜ୍ୟବାସୀ ଏକାଠୀ ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। କେବଳ ଭୁବନେଶ୍ଵର ନୁହେଁ ରାଜ୍ୟର କୋଣ ଅନୁକୋଣରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭିକେ ପାଣ୍ଡିଆନ୍‌ ରାଜ୍ୟ ସଙ୍ଗୀତ ଗାନ କରିଥିଲେ। ଏହାସହ ବିଜେଡି, ବିଜେପି ଓ କଂଗ୍ରେସ ଭବନରେ ମଧ୍ୟ କର୍ମୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ବିଧାନସଭା ସମ୍ମୁଖରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ନିଜଡ ପରିବାର ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି।

ସେହିପରି ଲୋକସେବା ଭବନ, କମିସନରେଟ ପୋଲିସ କାର୍ଯ୍ୟାଳୟ ଓ ପୁରୀ ଶ୍ରୀମନ୍ଦିରରେ ରଥ କାମ କରୁଥିବା ସେବାୟତମାନେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଯାଇଛି।

ରାଜ୍ୟ ବାହାରେ ଥିବା ଓଡ଼ିଆ ଲୋକ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଏହି ସମୂହ ଗାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here