ଓଡ଼ିଶାଲାଇଭ୍ ବ୍ୟୁରୋ

ସାମ୍ବାଦିକମାନଙ୍କୁ ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାମାରୀ ଭଳି ସଙ୍କଟ ସମୟରେ ସାମ୍ଵାଦିକମାନେ ସମସ୍ତଙ୍କ ପାଖରେ ଦେଶ ବିଦେଶର ଖବର ପହଞ୍ଚାଇବା ସହ ଲୋକଙ୍କୁ କୋଭିଡ୍ ବିଷୟରେ ସଚେତନ କରାଉଥିବା କହି ସାମ୍ଵାଦିକମାନଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଦ୍ଵାରା ରାଜ୍ୟର ୬,୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ। ଏହି ଅବସରରେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମ୍ଵାଦିକମାନଙ୍କୁ ସାମିଲ କରିଛନ୍ତି ରାଜ୍ୟ ସରକାର। ଏଥିରେ ୨ ଲକ୍ଷ ଟଙ୍କା ଲେଖାଏଁର ସ୍ୱାସ୍ଥ୍ୟ ବୀମା ସହ କୋଭିଡ୍‌ରେ ପ୍ରାଣ ହରାଉଥିବା ସାମ୍ବାଦିକଙ୍କ ପରିବାର ଲୋକଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଉଛି।ରାଜ୍ୟର ସାମ୍ଵାଦିକମାନଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି,”ସାମ୍ବାଦିକମାନେ ରାଜ୍ୟବାସୀଙ୍କୁ ଅନବରତ ସେବା ଯୋଗାଉଛନ୍ତି। କରୋନା ସତ୍ତ୍ୱେ ସମସ୍ତଙ୍କ ପାଖରେ ଖବର ପହଞ୍ଚାଉଛନ୍ତି। ମହାମାରୀ ମୁକାବିଲାରେ ସାମ୍ବାଦିକମାନେ ଅନେକ ସହାୟତା କରୁଛନ୍ତି।”

Comment