ଓଡ଼ିଶାଲାଇଭ୍ ବ୍ୟୁରୋ

  • ଏକାଧିକ ରୋଗରେ ପୀଡ଼ିତ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ୍
  • ଦ୍ଵିତୀୟ ଡୋଜ୍ ଟିକାରଣର ୯ ମାସ ପରେ ବୁଷ୍ଟର ଡୋଜ୍
  • ଡାକ୍ତରଙ୍କ ପରାମର୍ଶରେ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ

ଆଗଧାଡ଼ିର କୋଭିଡ୍ ଯୋଦ୍ଧା ଏବଂ ଏକାଧିକ ରୋଗରେ ପୀଡ଼ିତ ବରିଷ୍ଠ ନାଗରିକଙ୍କୁ ଜାନୁଆରି ୧୦ରୁ କୋଭିଡର ବୁଷ୍ଟର ବା ପ୍ରିକସନ୍ ଡୋଜ୍ ଟିକା ଦିଆଯିବ। ଏ ନେଇ ସୋମବାର କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ କୁହାଯାଇଛି।ଦ୍ଵିତୀୟ ଡୋଜ୍ କୋଭିଡ୍ ଟିକାକରଣର ୩୯ ସପ୍ତାହ ବା ୯ ମାସ ପରେ ଏହି ବୁଷ୍ଟର ଡୋଜ୍ ଦିଆଯିବ ବୋଲି କେନ୍ଦ୍ର ଗାଇଡଲାଇନ୍‌ରେ ଉଲ୍ଲେଖ କରାଯାଇଛି। ତେବେ ଦୀର୍ଘଦିନ ଧରି ବହୁବିଧ ରୋଗରେ ପୀଡ଼ିତ ହୋଇଥିବା ବରିଷ୍ଠ ନାଗରିକଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବୁଷ୍ଟର ଡୋଜ୍ ଦିଆଯିବ।ପୂର୍ବ ବ୍ୟବସ୍ଥା ପରି ଟିକା ନେବା ପାଇଁ କୋ-ଓ୍ଵିନ୍ ଆପ୍‌ରେ ପଞ୍ଜିକରଣ କରିବାକୁ ହେବ। ଏହାଛଡ଼ା ଅନସାଇଟ୍ ବା ଟିକାକରଣ କେନ୍ଦ୍ରକୁ ଯାଇ ମଧ୍ୟ ବୁଷ୍ଟର ଡୋଜ୍ ପାଇଁ ପଞ୍ଜିକରଣ କରିହେବ। ଟିକାକରଣ କେବେ ଏବଂ କେଉଁଠି ହେବ ସେନେଇ କୋ-ଓ୍ଵିନ୍ ପକ୍ଷରୁ ମେସେଜ ଜରିଆରେ ଦିତାଧିକାରୀଙ୍କୁ ଅବଗତ କରାଯିବ ବୋଲି ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି।

LEAVE A REPLY

Please enter your comment!
Please enter your name here