ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର ପୌରପାଳିକା କାର୍ଯ୍ୟାଳୟ କୋଭିଡ୍ ଯୋଦ୍ଧାଙ୍କୁ କରାଗଲା ସମ୍ମାନିତ। କରୋନା ସମୟରେ ସ୍ୱାର୍ଥକୁ ପଛରେ ପକାଇ ଲୋକଙ୍କ ସେବା କରୁଥିବା କିଛି ପ୍ରତିନିଧିକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସମ୍ମାନିତ କରିଛନ୍ତି।ଲକଡାଉନ ସମୟରେ ନିଜର କାର୍ଯ୍ୟକୁ ଠିକ୍ ଭାବେ କରିଥିବା ହେତୁ ଜିଲାପାଳ ମଧୁସୁଦନ ମିଶ୍ରଙ୍କୁ ବିଧାୟକ ତାରା ପ୍ରସାଦ ବାହିନୀପତି ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ସେହିଭଳି ପିଡି ଡିଆରଡିଏ ପିଡି ଡିଆରଡିଏ ପ୍ରବିର କୁମାର ନାୟକ, ଉପ-ଜିଲାପାଳ ଲୋକନାଥ ଦଳବେହେରା, ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲୋକ ସାମନ୍ତରାୟଙ୍କୁ ମଧ୍ୟ ଉତ୍ତରୀୟ ଓ ମାସ୍କ ଦେଇ ସମ୍ମାନିତ କରାଯାଇଥିଲା।

Comment