ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାଡ଼ଖଣ୍ଡ ଓ ଏହାର ଆଖପାଖରେ ସୃଷ୍ଟ ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଏନେଇ ୧୬ ଜିଲ୍ଲାକୁ ଆଜି ଘୂର୍ଣ୍ଣିଝଡ଼, ବର୍ଷା ସାଙ୍ଗକୁ ବଜ୍ରପାତର ସମ୍ଭାବନା ରହିଛି। ଏନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ।

ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ସମ୍ଵଲପୁର, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି। ଏହାସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି।

କିଛି ଦିନ ହେବ ରାଜ୍ୟରେ କିଛି ସ୍ଥାନରେ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ହୋଇଛି। ଏଥିରେ ଅନେକ କ୍ଷୟକ୍ଷତି ହୋଇଥିବାର ସୂଚନା ମଧ୍ୟ ମିଳିଛି। ତେବେ ଏନେଇ ଏବେ ସତର୍କ କରାଇଛି ପାଣିପାଗ ବିଭାଗ।

Comment