ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁନ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି। ଏହାର ପ୍ରଭାବରେ କେରଳର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଫଳରେ ତାପମାତ୍ରା ହ୍ରାସ ପାଇଥିବା ରେକର୍ଡ କରାଯାଇଛି।
୩ ଓ ୪ ତାରିଖ ବେଳକୁ ଦାଦରା ନଗର ହାବେଳୀ, ଉତ୍ତର କୋଙ୍କଣ, ଉତ୍ତର ମଧ୍ୟ ମହାରାଷ୍ଟ୍ର, ଡାମନ ଡିଉ ଆଦି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
କେରଳର ୯ଟି ଜିଲ୍ଲାରେ ୟେଲୋ ଆଲର୍ଟ କରାଯାଇଛି। କେରଳର ଥିରୁବନନ୍ତପୁରମ, କୋଲମ, ପଠାନମଥିଟା, ଅଲାପୁଜ୍ଞା, କୋଟାୟମ, ଏର୍ଣ୍ଣାକୁଲମ, ଇଡୁକି, ମଲପୁରମ, କନୁର ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି।
ଜୁନ୍ ଦ୍ଵିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଉପକୂଳ ଛୁଇଁପାରେ ବୋଲି ଆକଳନ କରାଯାଉଛି। ଏଥର ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲା-ନିନା ପ୍ରଭାବରେ ଅଧିକ ବର୍ଷା ହେବ।
ଜୁନରୁ ସେପ୍ଟେମ୍ବର ମାସ ଭିତରେ ୭୫ ପ୍ରତିଶତ ବର୍ଷା ହେବ। ଉତ୍ତର ପଶ୍ଚିମାଞ୍ଚଳରେ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି।