ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନ୍‌ ମାସରେ ରାଜ୍ୟରେ କଡ଼ା ନିୟମ ଲଗାଇଲେ ରାଜ୍ୟ ସରକାର। ଏଣିକି ମାସ୍କ ନପିନ୍ଧିଲେ ଦେବାକୁ ପଡ଼ିବ ଅଧିକ ଜରିମାନା। ମାସ୍କ ନପିନ୍ଧିଲେ ଜରିମାନା ସହ ଗିରଫ ମଧ୍ୟ ହେବାକୁ ପଡ଼ିବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ।

ପ୍ରଥମ ଓ ଦ୍ଵିତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ୫୦୦ ଜରିମାନା ଓ ତୃତୀୟଥର ନିୟମ ଭାଙ୍ଗିଲେ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ଏହାସହ ବିନା କାରଣ କୁଆଡ଼େ ନବୁଲିବାକୁ କହିଛନ୍ତି ଡିଜିପି।

କେନ୍ଦ୍ର ସରକାର ଅନ୍‌ଲକ୍‌ ୧ରେ ଦେଶରେ ସବୁ କଟକଣା ଉଠାଇବାକୁ ନିଷ୍ପତ୍ତି ନେଇଥିବା ବେଳେ ଏଣେ ରାଜ୍ୟ ସରକାର ଜୁନ୍‌ ୩୦ ଯାଏଁ ରାଜ୍ୟରେ କଟକଣା ଲଗାଇଛନ୍ତି। ଜୁନ୍‌ ୩୦ ପୂର୍ବରୁ ରାଜ୍ୟରେ ମନ୍ଦିର, ହୋଟେଲ ଓ ସପିଂ ମଲ୍‌ ବନ୍ଦ ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଏହାସହ ଜୁନ୍‌ ୩୦ ଯାଏଁ ପ୍ରତି ଶନିବାର ଓ ରବିବାର ୧୧ଟି ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ହେଲେ ଏହି ସମୟରେ ଜୁରୁରୀ କାଳୀନ ସେବା ଜାରି ରହିବ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here