ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଓଡ଼ିଶା ପୋଲିସ ମହାନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ସେ ରବିବାର ଅବସର ନେଉଥିବା ପୋଲିସ ମହାନିର୍ଦେଶକ ସୁନୀଲ ବଂଶଲଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ। ଏନେଇ ଶନିବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ଅରୁଣ କୁମାର ଷଡ଼ଙ୍ଗୀ ବର୍ତ୍ତମାନ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦେଶକ ଅଛନ୍ତି। ଓଡ଼ିଶା ପୋଲିସରେ ନୂଆ ମହାନିର୍ଦେଶକ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ଵରେ ରହିବେ।

ଅନ୍ୟପଟେ ରବିବାର ପୋଲିସ ମହାନିର୍ଦେଶକ ସୁନୀଲ ବଂଶଲ ଅବସର ନେବେ। ବ୍ୟକ୍ତିଗତ କାରଣରୁ ଚାକିରିରୁ ଶୀଘ୍ର ଅବସର ନେବା ପାଇଁ ତାଙ୍କୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।   

ସେହିପରି ରାଜ୍ୟରେ ପରବର୍ତ୍ତୀ ପୋଲିସ ମହାନିର୍ଦେଶକ କିଏ ହେବେ, ସେନେଇ ରାଜ୍ୟ ସରକାର ମୋଟ ୭ ଜଣ ଆଇପିଏସ୍ ଅଧିକାରୀଙ୍କ ତାଲିକା ୟୁପିଏସସିକୁ ସୁପାରିସ୍ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୯୮୮ ବ୍ୟାଚର ଅରୁଣ କୁମାର ରାୟ, ୧୯୮୯ ବ୍ୟାଚର ଏ ଏମ୍‌.ପ୍ରସାଦ, ବି ରାଧିକା, ଏସ ଏମ୍ ନରୱଣେ ଏବଂ ୧୯୯୦ ବ୍ୟାଚର ୱାଇବି ଖୁରାନିଆ, ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ ଷଡ଼ଙ୍ଗୀଙ୍କ ଭଳି ଆଇପିଏସ୍ ଅଧିକାରୀ ରହିଛନ୍ତି।       

Tags: #IPSArunKumarSarangi #PoliceDG #IPSSunilBansal #PoliceService #Odisha

LEAVE A REPLY

Please enter your comment!
Please enter your name here