ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

feroz khan-3

ନିଜର ନିଖୁଣ ଅଭିନୟ ସହ ଷ୍ଟାଇଲିସ୍ ନେଚର ପାଇଁ ବେଶ୍ ଜଣାଶୁଣା ଥିଲେ ଅଭିନେତା ଫିରୋଜ ଖାନ୍। ଅଭିନେତା ସହ ସେ ଜଣେ ସଫଳ ଫିଲ୍ମମେକର ମଧ୍ୟ ଥିଲେ। ତାଙ୍କ ଫିଲ୍ମ “ଅପରାଧ”, “ଧର୍ମାତ୍ମା”, “କୁର୍ବାନୀ” ଆଦି ବେଶ୍ ଲୋକପ୍ରିୟ ହୋଇଥିଲା। ତେବେ ୨୦୦୬ ମସିହାରେ ପାକିସ୍ତାନ ଗସ୍ତରେ ଯାଇଥିବା ବେଳେ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହି କାରଣ ପାଇଁ ତାଙ୍କୁ ପାକିସ୍ତାନରେ ବ୍ୟାନ୍ କରାଯାଇଥିଲା। feroz khan-4

ନିଜ ସାନ ଭାଇ ଅକବର ଖାନଙ୍କ ଫିଲ୍ମ “ତାଜ ମହଲ-ଏକ ଇଟର୍ନଲ ଲଭ୍ ଷ୍ଟୋରୀ”ର ପ୍ରିମିୟର ପାଇଁ ଅକବର ଖାନ, ଫରଦିନ୍ ଖାନ, ମନିଷା କୋଇରାଲା, ଶତ୍ରୁଘ୍ନ ସିହ୍ନା, ମହେଶ ଭଟ୍ଟଙ୍କ ସହ ଫିରୋଜ ଖାନ ପାକିସ୍ତାନ ଯାଇଥିଲେ। ସେଠାରେ ଲାହୋରରେ ଏକ କାର୍ଯ୍ୟକ୍ରମରେ ସମସ୍ତେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ହୋଷ୍ଟ ଫକ୍ର-ଏ-ଆଲମ୍ ମନୀଷା କୋଇରାଲାଙ୍କ ଉପରେ ଏପରି କିଛି ଟିପ୍ପଣୀ କରିଥିଲେ ଯାହା ତାଙ୍କୁ ଠିକ୍ ଲାଗି ନଥିଲା ଏବଂ ମନୀଷା ଅସନ୍ତୁଷ୍ଟ ଥିଲେ। ଏହି ଘଟଣା ପରେ ଫିରୋଜ ଖାନ ରାଗିଯାଇ ପାକିସ୍ତାନ ଉପରେ କିଛି ବିବାଦୀୟ ମନ୍ତବ୍ୟ ଦେଇଥିଲେ।

taaj mahal

ଫିରୋଜ ଖାନ୍ କହିଥିଲେ, ‘‘ଭାରତ ହେଉଛି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଏଠାରେ ସବୁ ଧର୍ମକୁ ପ୍ରାଧାନ୍ୟ ଦିଆଯାଇଥାଏ। କିନ୍ତୁ ଇସଲାମ ଦେଶ ପାକିସ୍ତାନରେ ମୁସଲମାନମାନେ ନିଜ ନିଜ ଭିତରେ ମାରପିଟ୍ ହେଉଛନ୍ତି। ପାକିସ୍ତାନକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁଁ ନିମନ୍ତ୍ରିତ ହୋଇ ଆସିଛି। ଲୋକମାନଙ୍କୁ ବାନ୍ଧି ରଖିବାରେ ଆମ ଫିଲ୍ମର ଯଥେଷ୍ଟ ଶକ୍ତି ରହିଛି। ଏହାକୁ ପାକିସ୍ତାନ ସରକାର ଚାହିଁଲେ ବି ଅଟକାଇ ପାରିବେ ନାହିଁ।’’

feroz khan

ଏହି ବିବାଦୀୟ ମନ୍ତବ୍ୟ ପରେ ଫିରୋଜଙ୍କୁ ପାକିସ୍ତାନ ପଠାଇ ଦିଆଯାଇଥିଲା। ଏହି ବିବାଦୀୟ ମନ୍ତବ୍ୟ ପାଇଁ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ପରଭେଜ ମୁଶାରଫ୍ ଫିରୋଜ ଖାନଙ୍କ ପାକିସ୍ତାନ ଆସିବା ଉପରେ ନିଶେଦ୍ଧାଦେଶ ଜାରି କରିଥିଲେ।

ଅନେକ ପାକିସ୍ତାନ ରିପୋର୍ଟର ଦାବି କରିଥିଲେ ଯେ ସେହି ଘଟଣା ସମୟରେ ଫିରୋଜା ନିଶାରେ ଥିଲେ। ପରେ ପାକିସ୍ତାନ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅସଲମ କହିଥିଲେ ଯେ ଫିରୋଜ ତାଙ୍କ ଆତିଥ୍ୟର ଅପମାନ କରିଛନ୍ତି ଯାହା ଗ୍ରହଣୀୟ ନୁହେଁ। ଏହା ପରେ ମହେଶ ଭଟ୍ଟ ଫିରୋଜଙ୍କ ବ୍ୟବହାର ପାଇଁ ହୋଷ୍ଟ ଫକ୍ର-ଏ-ଆଲମ ଏବଂ ପାକିସ୍ତାନ ଜନତାଙ୍କୁ କ୍ଷମା ମଧ୍ୟ ମାଗିଥିଲେ।

feroz khan-5

ହୋଷ୍ଟ ଫକ୍ର-ଏ-ଆଲମ କହିଥିଲେ ଯେ ସେ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ଫରୋଜ ତାଙ୍କୁ ବହୁତ ଗାଳିଗୁଲଜ କରିବା ସହ ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ। ତେବେ ଏହି ଘଟଣା ପାଇଁ ଫିରୋଜଙ୍କୁ ପାକିସ୍ତାନ ସରକରା ବ୍ୟାନ୍ କରିଥିଲେ। ବଲିଉଡରେ ଫିରୋଜ ଖାନଙ୍କ ଶେଷ ଫିଲ୍ମ ଥିଲା “ଓ୍ୱେଲକମ୍”। ଏହା ୨୦୦୭ରେ ରିଲିଜ୍ ହୋଇଥିଲା। ଏଥିରେ ଫିରୋଜଙ୍କ ଅଭିନୟକୁ ଦର୍ଶକ ଖୁବ୍ ପ୍ରଶଂସା କରିଥିଲେ। ୨୦୦୯ ଏପ୍ରିଲ୍ ୨୭ରେ ବେଙ୍ଗାଳୁରୁଠାରେ ତାଙ୍କ ଦେହାନ୍ତ ହୋଇଥିଲା।

Comment