ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜନ୍ମଦିନରେ ଚାଲିଗଲା ଜୀବନ। ଜଣେ ୯ ବର୍ଷର ଶିଶୁକନ୍ୟା ଉପରେ ଟ୍ରକ ମାଡ଼ିଯିବାରୁ ଘଟଣାସ୍ଥଳରେ ତା’ର ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳର ବୋଡେନ ଛକ ନିକଟ ୩୫୩ ନମ୍ଵର ଜାତୀୟ ରାଜପଥରେ। ମୃତ୍ୟୁବରଣ କରିଥିବା ଶିଶୁଟିର ନାଁ ବୈଷ୍ଣବୀ ଖମ୍ପରିଆ।

ବୈଷ୍ଣବୀ ତାଙ୍କ ମା’ଙ୍କ ସହ ସ୍କୁଟିରେ ଯାଉଥିବା ବେଳେ ଏକ ଟ୍ରକ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ବୈଷ୍ଣବୀ ସ୍କୁଟିରୁ ପଡ଼ିଯିବାରୁ ଟ୍ରକଟି ତା ଉପରେ ଚଢ଼ି ଚାଲିଯାଇଥିଲା। ଘଟଣାସ୍ଥଳରେ ଝିଅ ମୃତ୍ୟୁ ବରଣ କରିଥିବା ବେଳେ ମା’ ଆହତ ହୋଇଛନ୍ତି।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଖଡିଆଳ ପୋଲିସ ଟ୍ରକଟିକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।

Comment