ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବନାଞ୍ଚଳ କୋସ୍କା ଗୁରିଆବାରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବାର୍‌ହା ଶିକାର ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି। ରାଇଗଡ଼ ଗାଁର ପ୍ରହଲ୍ଲାଦ ନାଏକ ଓ କୋସ୍କା ଗାଁର ପ୍ରତିକ କୁମାର ପ୍ରଧାନଙ୍କୁ ବେଆଇନ ଶିକାର ମାମଲାରେ କୋର୍ଟ ଚାଲାଣ କରାଯାଇଛି।

କୌଣସି ସୂତ୍ରରୁ ଖବର ପାଇ ଖଣ୍ଡପଡ଼ା ବନ କର୍ମଚାରୀ ଦୁଇ ଅଭିଯୁକ୍ତ ଶିକାରୀଙ୍କୁ ଗିରଫ କରିଥିଲେ। ସେମାନଙ୍କଠାରୁ ୧୫ କିଲୋ ଓଜନର ବାର୍‌ହା ମାଂସ ଜବତ ହୋଇଛି। ଶିକାରରେ ବ୍ୟବହୃତ ବନ୍ଧୁକ ଜବତ କରାଯାଇଛି।

ପାଟ୍ରୋଲିଂ ଟିମ୍ ସଂରକ୍ଷିତ ଜଙ୍ଗଲ ଓ ବନ୍ୟଜନ୍ତୁ ଶିକାର ଉପରେ ଦୃଷ୍ଟି ରଖିଛି ତା ଭିତରେ ଅଭିଯୁକ୍ତମାନେ ବେଆଇନ ଶିକାର କରି ଆଇନ ଦ୍ୱାରା ଦଣ୍ଡିତ ହେଉଥିବା ଡିଏଫ୍ଓ ଧନରାଜ ଏଚ୍ ଡି କହିଛନ୍ତି।

Comment