ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ଅଢ଼େଇ ମାସର ବ୍ୟବଧାନ ପରେ ଆଜି ରାଜ୍ୟରେ ଟ୍ରେନ ଚଳାଚଳ କରିବ। ୬ଟି ସ୍ପେଶାଲ ଟ୍ରେନ ରାଜ୍ୟ ଭିତରେ ଚଳାଚଳ କରିବ। ଆଜି ଭୋରରୁ ଗୋଟିଏ ଟ୍ରେନ ରାଉରକେଲାରୁ ଭୁବନେଶ୍ଵର ଅଭିମୁଖେ ଯାତ୍ରା କରିଛି। ଟ୍ରେନ ଚଳାଚଳ ନେଇ ପୂର୍ବତଟ ରେଲଓ୍ଵେ ପକ୍ଷରୁ ଘୋଷଣା କରାଯାଇଥିଲା।

ଭୁବନେଶ୍ଵର-ବଲାଙ୍ଗିର-ଭୁବନେଶ୍ଵର, ଭୁବନେଶ୍ଵର-ଭଦ୍ରକ-ଭୁବନେଶ୍ଵର, ଭୁବନେଶ୍ଵର-ବ୍ରହ୍ମପୁର-ଭୁବନେଶ୍ଵର, ସମ୍ଵଲପୁର-ଖୋର୍ଦ୍ଧା ରୋଡ୍‌-ସମ୍ଵଲପୁର, ଭୁବନେଶ୍ଵର-କୋରାପୁଟ-ଭୁବନେଶ୍ଵର, ରାଉରକେଲାରୁ ଭୁବନେଶ୍ଵରକୁ ଏହି ସ୍ପେଶାଲ ଟ୍ରେନ ଚଳାଚଳ କରିବ।

ଜୁନ୍‌ ୩୦ ପର୍ଯ୍ୟନ୍ତ ଏହି ସ୍ପେଶାଲ ଟ୍ରେନ ଚଳାଚଳ କରିବ। ସଟ୍‌ଡାଉନ୍‌ ଯୋଗୁଁ ପ୍ରତି ଶନିବାର ଓ ରବିବାର ସ୍ପେଶାଲ ଟ୍ରେନ ବନ୍ଦ ରହିବ। ଏହି ଟ୍ରେନ ପାଇଁ ଟିକେଟ ରିଜର୍ଭେସନ କାଉଣ୍ଟର ଓ ଆଇଆରସିଟିସିରୁ ମିଳିବ।

ଆଜି ପ୍ରଥମ ଦିନରେ ବହୁତ କମ ଯାତ୍ରୀ ହୋଇଛନ୍ତି। ଖୋର୍ଦ୍ଧା ରୋଡ୍‌ରୁ ସମ୍ଵଲପୁର ପାଇଁ ୭୫୦ ଟିକେଟ ଉପଲବ୍ଧ ଥିବା ବେଳେ ମାତ୍ର ୨୫୦ ଟିକେଟ ବିକ୍ରି ହୋଇଛି।

Comment