ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପି ପକ୍ଷରୁ ଆଜି ଭର୍ଚୁଆଲ୍ ରାଲିର ଆୟୋଜନ କରାଯାଇଛି। ଯେଉଁଥିରେ ଗୃହମନ୍ତ୍ରୀ ଅମିତ ଶାହ ମୋଦୀ ସରକାରର ଦ୍ୱିତୀୟ ପାଳିର ବର୍ଷପୂର୍ତ୍ତି ଅବସରରେ ଏହାର ସଫଳତା ସମ୍ପର୍କରେ ସୂଚନା ଦେବେ।

ଏହି ବୈଠକରେ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଉପସ୍ଥିତ ରହିଛନ୍ତି। ତା ସହିତ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂ ମଧ୍ୟ ଏଥିରେ ସାମିଲ ଅଛନ୍ତି।

ଓଡ଼ିଶାରୁ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଅନ୍ୟ ନେତାମାନେ ଯୋଡ଼ି ହୋଇଛନ୍ତି।

Comment