ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭଦ୍ରକର ପୂର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କର ଆଜି ସନ୍ଧ୍ୟାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି।

ଭଦ୍ରକ ଲୋକସଭା ଆସନରୁ ସେ ୮ ଥର ସାଂସଦ ହୋଇଥିଲେ। ଅଟଳବିହାରୀ ବାଜପେୟୀଙ୍କ ସରକାର ସମୟରେ ସେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଥିଲେ। ଏହାସହ ୨ ଥର ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ ଅର୍ଜୁନ।

ଗତ ୨୦୧୯ ନିର୍ବାଚନ ବେଳେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ହେଲେ ସେ ନିର୍ବାଚନ ଲଢ଼ି ନଥିଲେ। ତାଙ୍କ ପୁଅ ଅଭିମନ୍ୟୁ ସେଠୀ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ।

Comment