ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସରେ ବିଖ୍ୟାତ। ଆଜି ସେହି ବୀରପୁତ୍ରଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି।

ବିର୍ସା ମୁଣ୍ଡା, ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଇତିହାସରେ ଏକ ପ୍ରମୁଖ ନାଁ। ବହୁତ କମ୍‌ ବୟସରୁ ସେ ଦେଶର ସ୍ୱାଧିନତା ପାଇଁ ସ୍ୱର ଉତ୍ତୋଳନ କରିଥିଲେ। ଲୋକଙ୍କୁ ବ୍ରିଟିଶ ବିରୋଧ ଲଢ଼ିବାକୁ ଏକାଠି କରିଥିଲେ। ଯେଉଁଥିପାଇଁ ସେ ଫିରିଙ୍ଗିମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ। ତାଙ୍କୁ ୨ ବର୍ଷ ଜେଲ୍‌ ହୋଇଥିଲା। ଜେଲରେ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିଲା। ଫଳରେ ମାତ୍ର ୨୫ ବର୍ଷ ବୟସରେ ୧୯୦୦ ମସିହା ଜୁନ୍‌ ୯ରେ ଜେଲର ୪ କାନ୍ଥ ଭିତରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ।

୧୮୭୫ ମସିହା ବର୍ତ୍ତମାନର ଝାଡଖଣ୍ଡର ଖୁଣ୍ଟି ଜିଲା ଅନ୍ତର୍ଗତ ଉଲିହାତୁ ଗ୍ରାମରେ ଆଦିବାସୀ ନେତା ତଥା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କର ଜନ୍ମ ହୋଇଥିଲା।

ସରଳ ବିଶ୍ୱାସୀ ଆଦିବସୀଙ୍କ ଉପରେ ଗୋରା ଶାସକଙ୍କର ଅତ୍ୟାଚାର ଦେଖି ସେ ଗଭୀର ମର୍ମାହତ ହୋଇଥିଲେ। ସେବକ ପଟ୍ଟା ଲେଖାଇ ଆଦିବାସୀଙ୍କୁ ଗୋତି – ବେଠି ଖଟାଇବାକୁ ସେ ଦେଖିପାରୁନଥିଲେ। ସ୍କୁଲରେ ପଢ଼ିବା ବେଳେ ଗୋରା ପ୍ରଧାନ ଶିକ୍ଷକ ତାଙ୍କ ଚାବୁକ ରେ ମାଡ଼ ମାରି ସ୍କୁଲରୁ ବାହାର କରିଦେଇଥିଲେ। ସେବେଠାରୁ ପାଠପଢ଼ା ଛାଡ଼ି ବ୍ରିଟିଶ ଶାସନରୁ ଓଡ଼ିଶାକୁ ମୁକ୍ତି କରିବାକୁ ସେ ଲାଗିପଡ଼ିଥିଲେ। ସ୍ଥାନୀୟ ଆଦିବାସୀଙ୍କୁ ସେ ଏକାଠି କରିଥିଲେ। ଏଥିପାଇଁ ତାଙ୍କୁ ୨ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା।

Comment