ଓଡ଼ିଶାଲାଇଭ୍ ବ୍ୟୁରୋ

new zealand

ବର୍ତ୍ତମାନ ବିଶ୍ୱରେ ଅନେକ ଦେଶ କରୋନା ଭାଇରସ ସହ ମୁକାବିଲା କରୁଛନ୍ତି। ଭାରତରେ ମଧ୍ୟ ବଢ଼ିଚାଲିଛି ଲକଡାଉନର ଅବଧି। କିନ୍ତୁ ଏବେ ଏପରି ଏକ ଦେଶ ଅଛି ଯାହା ସଂପୂର୍ଣ୍ଣ ଭାବେ କରୋନା ମୁକ୍ତ ହୋଇସାରିଛି। ତାହା ହେଉଛି ନ୍ୟୁଜିଲାଣ୍ଡ। ଆଜ୍ଞା ହଁ, ନ୍ୟୁଜିଲାଣ୍ଡ ହେଉଛି ବିଶ୍ୱର ପ୍ରଥମ ଦେଶ ଯାହା ହୋଇଛି କରୋନା ମୁକ୍ତ।ଗତ ସୋମବାର ଦିନ ଏହି ଦେଶର ଶେଷ କରୋନା ଆକ୍ରାନ୍ତ ସୁସ୍ଥ ହୋଇଯିବା ପରେ ନ୍ୟୁଜିଲାଣ୍ଡ ହୋଇଛି କରୋନା ଫ୍ରି।

ଏଥିରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅଡର୍ଣ୍ଣ ଖୁସିବ୍ୟକ୍ତ କରିବା ସହ ନାଚିଥିଲେ। ଏଥିରେ ତାଙ୍କ ଦୁଇ ବର୍ଷର ଝିଅ ମଧ୍ୟ ତାଙ୍କ ସାଥ୍ ଦେଇଥିଲେ। ଏହି ପରିସ୍ଥିତି ସହ ସେ ଯଥା ଶୀଘ୍ର ମୁକାବିଲା କରିପାରିବେ ବୋଲି ତାଙ୍କ ପୂରା ଭରସା ଥିଲା।

ଗତ ମାର୍ଚ୍ଚ ୨୫ ତାରିଖରେ ନ୍ୟୁଜିଲାଣ୍ଡରେ ଲକଡାଉନ ଘୋଷଣା କରାଯାଇଥିଲା। ସ୍କୁଲ ଏବଂ ଶିଳ୍ପ ସଂସ୍ଥା ଗୁଡ଼ିକୁ ବନ୍ଦ କରିବା ସହ ଲୋକମାନଙ୍କୁ ଘରେ ରହିବାକୁ ସତର୍କ କରାଯାଇଥିଲା। ଏହି ଲକଡାଉନ ପ୍ରାୟ ୫ ସପ୍ତାହ ଚାଲିବା ପରେ ଏପ୍ରିଲ୍ ମାସରେ ନିୟମ ସାମାନ୍ୟ କୋହଳ କରାଯାଇଥିଲା। ଏହିପରି ଭାବେ ଧିରେ ଧିରେ ନିୟମ କୋହଳ କରାଯାଇ ବିଗତ ୧୭ ଦିନ ଧରି ଏଠାରେ କୌଣସି କରୋନା ପଜେଟିଭ୍ କେସ୍ ଆସିନଥିବାରୁ ବର୍ତ୍ତମାନ ଏହି ଦେଶକୁ କରୋନା ମୁକ୍ତ ବୋଲି ଘୋଷଣା କରାଯାଇଛି। ଶୀଘ୍ର ପଦକ୍ଷେପ ଓ କଡ଼ା ନିୟମ ଯୋଗୁଁ ଏହା କରୋନା ମୁକ୍ତ ହୋଇପାରିଛି।

jescinda ardern-1

 

ବର୍ତ୍ତମାନ ଏଠାରେ ସମସ୍ତ ପ୍ରକାର ସାମୂହିକ କାର୍ଯ୍ୟକ୍ରମ ଯଥା ବିବାହ, ଅନ୍ତିମ ସଂସ୍କାର, ଫୁଟବଲ୍ କ୍ରୀଡ଼ା ଏବଂ ଅନ୍ଯାନ୍ୟ ବିନା କୌଣସି ନିୟମ ବା କଟକଣାରେ ପୂର୍ବଭଳି ହୋଇପାରିବ। ପରିବହନ ବ୍ୟବସ୍ଥା ଉପରୁ ମଧ୍ୟ ସଂପୂର୍ଣ୍ଣ କଟକଣା ହଟାଯାଇଛି। ବର୍ତ୍ତମାନ କେବଳ ଦେଶର ସୀମାକୁ ବନ୍ଦ ରଖାଯାଇଛି।

୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩ ଲକ୍ଷ ଲୋକଙ୍କ କରୋନା ଟେଷ୍ଟ ହୋଇଥିବା ବେଳେ ୧୧୫୪ ଜଣ ଲୋକ କରୋନା ଆକ୍ରାନ୍ତ ହୋଇଥିଲେ ଏବଂ ୨୨ ଜଣ ଲୋକଙ୍କ କୋରନାରେ ମୃତ୍ୟୁ ହୋଇଥିଲା।

ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ କହିଛନ୍ତି ଯେ ତାଙ୍କ ଦେଶବାସୀ ବର୍ତ୍ତମାନ ଏକ ସାଧାରଣ ଜୀବନଯାପନ କରିପାରିବେ। କ୍ରୀଡ଼ା କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ସଂଗୀତ କାର୍ଯ୍ୟକ୍ରମ ଆଦି ସବୁ ବିନା କୌଣସି ବାଧାରେ ହୋଇପାରିବ। କିନ୍ତୁ ଏବେବି ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯିବ ଏବଂ ଦେଶବାସୀ ଏଥିରେ ସହଯୋଗ କରିବେ ବୋଲି ସେ ଆଶା ରଖିଛନ୍ତି।

LEAVE A REPLY

Please enter your comment!
Please enter your name here