ଓଡ଼ିଶାଲାଇଭ୍‌ ବ୍ୟୁରୋ 

ରାଜ୍ୟ ସରକାର ମାସ୍କ କିଣା ଦୁର୍ନୀତି ତଦନ୍ତ ଦାବିରେ ନୟାଗଡ଼ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳ ଡାକରାରେ ଜିଲ୍ଲା କଂଗ୍ରେସର ବହୁ ନେତା ଓ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୬ଦଫା ଦାବିପତ୍ର ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁଙ୍କୁ ପ୍ରଦାନ କରିଥିଲେ। ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ, ବରିଷ୍ଠ ନେତା ମନୋଜ କୁମାର ସାହୁ, ହୁସେନ ଖାଁଙ୍କ ସମେତ ଅନେକ ନେତା ଓ କର୍ମୀ ଆନ୍ଦୋଳନରେ ସାମିଲ ହୋଇଥିଲେ।

ରାଜ୍ୟରେ କରୋନା ମୁକାବିଲା ପାଇଁ ମାସ୍କ କିଣାବିକା ନେଇ କଂଗ୍ରେସ ବାରମ୍ଵାର ବିଜେଡିକୁ ଟାର୍ଗେଟ କରୁଛି। ମାସ୍କ କିଣାରେ ଦୁର୍ନୀତି ଅଭିଯୋଗ କରି କଂଗ୍ରେସ ମିଛ ଅପ୍ରଚାର କରୁଛି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ସାମ୍ଵାଦିକ ସମ୍ମିଳନୀରେ କହିଛନ୍ତି।

Comment