ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଙ୍କଟ ମଧ୍ୟରେ ଲୋକମାନେ କିଭଳି ରଜ ପାଳିବେ ଏବଂ ରଜପାଇଁ କିଣାବିକା କରିବେ ସେନେଇ ସୂଚନା ଦେଇଛନ୍ତି ସୁବ୍ରତ ବାଗଚୀ।

କରୋନା ସଙ୍କଟ ଭିତରେ ଲୋକମାନେ କେମିତି ରଜ ପାଳିବେ ତାକୁ ନେଇ ଅନେକ ସନ୍ଦେହ ରହିଥିଲା। ହେଲେ ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଲୋକଙ୍କ ଏହି ସନ୍ଦେହ ଦୂର କରିଛନ୍ତି। ରଜ ବଜାର ସହିତ ଲୋକମାନେ ନିଜ ଘରେ କେମିତି ରଜ ପାଳିବେ ସେନେଇ ପୂରା ବିସ୍ତୃତ ସୂଚନା ଦେଇଛନ୍ତି ସୁବ୍ରତ ବାଗଚୀ।

ବାଗଚୀ କହିଛନ୍ତି ଯେ, ଲୋକମାନେ ନିଜକୁ ସୁରକ୍ଷିତ ରଖିବା ସହିତ ରଜ ପର୍ବ ପାଳନ କରନ୍ତୁ। ରଜ ପର୍ବ ଆରବର୍ଷକୁ ଆସିପାରିବ ହେଲେ ଥରେ ଜୀବନ ଚାଲିଗଲେ ତାହା ଆଉ ଆର ବର୍ଷକୁ ଆସିବ ନାହିଁ ବୋଲି ସେ କହିଛନ୍ତି। ତେଣୁ କରୋନା ନିୟମ ସହିତ ସାମାଜିକ ଦୂରତା ରଖି ରଜ ପାଳିବାକୁ ସେ ପରାମର୍ଶ ଦେଇଛନ୍ତି।

କରୋନା ଭିତରେ ରଜ ପାଳନ୍ତୁ

ରଜ ପାଳିବା ସମୟରେ ଦାୟିତ୍ୱ ସମ୍ପନ୍ନ ହୁଅନ୍ତୁ।

ତାସ୍ ଖେଳ, ପାନ ଖିଆ ଘର ଭିତରେ ରହି କରନ୍ତୁ। ପାନ ଖାଇଲେ ଛେପ ସର୍ବସାଧାରଣରେ ପକାନ୍ତୁ ନାହିଁ।

ଯେଉଁ ଦୋଳିରେ ଅନ୍ୟମାନେ ବସୁଛନ୍ତି ସେ ଦୋଳିରେ ବସନ୍ତୁ ନାହିଁ।

ଘରେ ଭିତରେ ରଜ ପର୍ବ ପାଳନ କରନ୍ତୁ।

ରଜ ବଜାରରେ ଦୋକାନୀ ଭାଇମାନଙ୍କର ଦାୟିତ୍ୱ

ଦୋକାନୀ ଭାଇମାନେ ଦୋକାନ ଖୋଲିବା ବେଳେ ମାସ୍କ ପିନ୍ଧନ୍ତୁ ।

ମାସ୍କ ଓହ୍ଲାଇ ଗ୍ରାହକଙ୍କ ସହିତ କଥାବାର୍ତ୍ତା କରନ୍ତୁ ନାହିଁ ।

ଗ୍ରାହକମାନଙ୍କୁ ବିନା ମାସ୍କରେ ଦୋକାନ ଭିତରକୁ ଛାଡ଼ନ୍ତୁ ନାହିଁ।

ଗ୍ରାହକମାନେ ଦୋକାନକୁ ଆସିବା ପୂର୍ବରୁ ସେମାନଙ୍କର ହାତ ସାନିଟାଇଜ୍ କରନ୍ତୁ।

ଯଥା ସମ୍ଭବ ନଗଦ କାରଗାରଠୁ ଦୂରେଇ ରହିବା ସହିତ ଡିଜିଟାଲ୍ ପେମେଣ୍ଟ କରନ୍ତୁ।

ରଜ ବଜାରରେ ଗ୍ରାହକମାନଙ୍କର ଦାୟିତ୍ୱ

ଦୋକାନ ବାହାରେ ଓ ଭିତରେ ଛଅ ଫୁଟ୍ ଦୂରତା ରକ୍ଷା କରନ୍ତୁ ।

ମାସ୍କ ପିନ୍ଧି ଜିନିଷପତ୍ର କିଣାକିଣି କରନ୍ତୁ ।

ଗହଳି ଥିବା ଦୋକାନ ଭିତରୁ ଯାଆନ୍ତୁ ନାହିଁ।

ଦୋକାନ ଭିତରେ ଅଧିକ ଜିନିଷ ଘଣ୍ଟାଘଣ୍ଟି କରନ୍ତୁ ନାହିଁ ।

ଯଥାସମ୍ଭବ ଫାଙ୍କା ସମୟରେ କିଣାକିଣି କରିବାକୁ ଯାଆନ୍ତୁ।

ଜିନିଷ କିଣି ଘରକୁ ଆଣିବା ପରେ କିଛି ସମୟ ତାକୁ ବାହାରେ ରଖନ୍ତୁ କିମ୍ବା ସାନିଟାଇଜ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here