ଓଡ଼ିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଭିଜିଲାନ୍ସ ଜାଲରେ ଫାଣ୍ଡି ଅଧିକାରୀ। ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଖୋର୍ଦ୍ଧା ଜିଲ୍ଲା ଧଳାପଥର ଫାଣ୍ଡି ଅଧିକାରୀ ଅଶୋକ ପଣ୍ଡା।

ଜାଗାବାଡ଼ି ବିବାଦରେ ଦଫା କୋହଳ କରିବା ପାଇଁ ନେଉଥିଲେ ଲାଞ୍ଚ। ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ବିଭାଗ ରେଡ କରିଛି। ୨୦ ହଜାର ଟଙ୍କା ଲାଞ୍ଚ ଟଙ୍କା ଜବତ କରିବା ସହ ପୈତୃକ ବାସଭବନ ବାଣପୁରଠାରେ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି।

ଆଶିଷ ପଣ୍ଡା ନାମ ଜଣେ ବ୍ୟକ୍ତି ତାଙ୍କର ଜାଗା ବାଡ଼ି ସମ୍ବନ୍ଧରେ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଫାଣ୍ଡି ଅଧିକାରୀ ଅଶୋକ ପଣ୍ଡା ତାଙ୍କର ଦଫା କୋହଳ କରିଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।

ଏନେଇ ଆଶିଷ ଭିଜିଲାନ୍ସକୁ ଜଣାଇଥିଲେ। ପରେ ଭିଜିଲାନ୍ସ ତାର ଯୋଜନା କରିଥିଲା। ଯୋଜନା ଅନୁଯାୟୀ ଆଶିଷ ୨୦ ହଜାର ଟଙ୍କା ଦେବା ବେଳେ ଭିଜିଲାନ୍ସ ଫାଣ୍ଡି ଅଧିକାରୀଙ୍କୁ ଧରିଥିଲା।

Comment