ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ରଥଯାତ୍ରା ଉପରେ ଲାଗିଲା କଟକଣା। ଏଥର ହେବନି ରଥଟଣା। ଏହାସହ ଜିଲ୍ଲାର ସମସ୍ତ ସ୍ଥାନରେ ରଥଯାତ୍ରା ପାଳନ ଉପରେ କଟକଣା ଲାଗିଛି। କରୋନା କଟକଣା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ମନ୍ଦିର ପରିସର ବାହାରେ ରଥ ଟାଣିବା ଉପରେ କଟକଣା ଲାଗିଛି। ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ନୀତି ସମ୍ପର୍ଣ୍ଣ ହେବ। ସେବାୟତମାନେ ମାସ୍କ ପିନ୍ଧି ସାମାଜିକ ଦୂରତା ରଖି ନୀତି ସମ୍ପର୍ଣ୍ଣ କରିବେ।

କୋରାପୁଟ ଜିଲ୍ଲାରେ ରଥଯାତ୍ରାରେ ରଥଟଣା ନକରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜୟପୁର ତହସିଲଦାର ତଥା ଦେବୋତ୍ତୋର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ। ଏହାସହ ଭକ୍ତମାନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ବାରଣ କରାଯାଇଛି।

Comment