ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅପରାହ୍‌ଣ ୪ଟାରୁ ୫ ଟା ଯାଏଁ ୱେବିନାର
  • ଫେକ୍‌ ନ୍ୟୁଜ ରୋକିବା ନେଇ ହେବ ଆଲୋଚନା
  • ୱେବିନାରରେ ଭାଗନେବା ପାଇଁ ମାଗଣାରେ କରନ୍ତୁ ରେଜିଷ୍ଟ୍ରେସନ
  • ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ ଓ ଫେସ୍‌ବୁକ୍‌ରେ ସିଧାପ୍ରସାରଣ

ସୋସିଆଲ ମିଡିଆର ବହୁଳ ବ୍ୟବହାର ଯୋଗୁଁ ଏବେ ‘ଫେକ୍‌ ନ୍ୟୁଜ୍‌’ ଅଧିକ ପ୍ରଚାର ପ୍ରସାର ହେଉଛି। ଫେସ୍‌ବୁକ୍‌, ହ୍ୱାଟସ୍‌ଆପ୍‌, ଟିକ୍‌ଟକ୍‌ ପ୍ରଭୃତି ସୋସିଆଲ ଚ୍ୟାନେଲରେ ଫେକ୍‌ ନ୍ୟୁଜ୍‌ ଘୂରି ବୁଲୁଥିବାରୁ ଲୋକଙ୍କ ପାଖରେ ଭୁଲ୍‌ ସୂଚନା ଏବଂ ତଥ୍ୟ ପହଞ୍ଚୁଛି। କରୋନା ସଙ୍କଟ ବେଳେ ମଧ୍ୟ ଭୁଲ୍‌ ଖବର ମିଳୁଛି। ଏହା ଏବେ ବିଭିନ୍ନ ମହଲରେ ଚିନ୍ତାର ବିଷୟ ପାଲଟିଛି। ‘ଫେକ୍‌ ନ୍ୟୁଜ’କୁ କିପରି ରୋକାଯାଇ ପାରିବ ସେନେଇ ଏଏସ୍‌ବିଏମ୍‌ ୟୁନିଭର୍ସିଟି, ଭୁବନେଶ୍ୱର ପକ୍ଷରୁ ଏକ ‘ୱେବିନାର’ ଆୟୋଜନ କରାଯାଉଛି।

ଆସନ୍ତାକାଲି ଅପରାହ୍‌ଣ ୪ଟାରୁ ୫ଟା ଏହି ‘ୱେବିନାର୍‌’ ଚାଲିବ। ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍‌ ଏହି କାର୍ଯ୍ୟକ୍ରମରେ ପାର୍ଟନର୍‌ ରହିଛି। ଏହି ୱେବିନାରର ସିଧାପ୍ରସାରଣ ଓଡ଼ିଶାଲାଇଭ୍‌ର ଫେସ୍‌ବୁକ୍‌ www.facebook.com/odishalive ଏବଂ ୟୁଟ୍ୟୁବ୍‌ ଚ୍ୟାନେଲ www.youtube.com/odishalive ରେ ସିଧାପ୍ରସାରଣ କରାଯିବ।

ଏହି ୱେବିନାରରେ ଯେଉଁମାନେ ଭାଗ ନେବାକୁ ଚାହୁଁଛନ୍ତି ସେମାନେ www.asbm.ac.in ରେ ପଞ୍ଜୀକରଣ କରିପାରିବେ। ଏହି ପଞ୍ଜୀକରଣ ମାଗଣାରେ ହେବ। ଅଂଶଗ୍ରହଣକାରୀଙ୍କୁ ଇ-ସାର୍ଟିଫିକେଟ ଦିଆଯିବ।

ଏହି ୱେବିନାର୍‌ରେ ନଟିଙ୍ଘମ ବିଶ୍ୱବିଦ୍ୟାଳୟ (ମାଲେସିଆ କ୍ୟାମ୍ପସ)ର ଆସୋସିଏଟ୍‌ ପ୍ରଫେସର ଡକ୍ଟର ପ୍ରଦୀପ କୁମାର ମିଶ୍ର, ୟୁନିସେଫ୍‌ ଓଡ଼ିଶାର କମ୍ୟୁନିକେସନ ଫର ଡେଭଲପମେଣ୍ଟ ସ୍ପେଶାଲିଷ୍ଟ ଲୋପାମୁଦ୍ରା ତ୍ରିପାଠୀ, ଆଇଆଇଏମ୍‌ସି ଢେଙ୍କାନାଳର ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ, ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଯୋଗଦେବେ। ‘ସୋସିଆଲ ମିଡିଆରେ ଫେକ୍‌ ନ୍ୟୁଜକୁ ରୋକିବା ଏବଂ କମ୍ୟୁନିକେସନ ଏବଂ ଡିଜିଟାଲ ମିଡିଆରେ କ୍ୟାରିଅର’ ଶୀର୍ଷକ ଉପରେ ଆଲୋଚନା କରିବେ। ଏଏସ୍‌ବିଏମ୍‌ ୟୁନିଭର୍ସିଟିର ସ୍କୁଲ ଅଫ୍ କମ୍ୟୁନିକେସନସ୍‌ ଡିନ୍‌ ପ୍ରଫେସର ଭଗବାନ ଜୟସିଂହ କାର୍ଯ୍ୟକ୍ରମ ପରିଚାଳନା କରିବେ।

Comment