ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ସହଜ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପ୍ରଶଂସକ। ମୃତ୍ୟୁର ୫ ଦିନ ହେଲାଣି ତଥାପି ଏହି ଦୁଃଖରୁ କେହି ବାହାରି ପାରିନାହାନ୍ତି। ତାଙ୍କ ଯିବାର ଦୁଃଖ କେବଳ ଭାରତୀୟଙ୍କୁ ହେଉଛି ତା’ ନୁହେଁ ସାରାବିଶ୍ୱରେ ବିଭିନ୍ନ ସ୍ଥାନରେ ଲୋକେ ତାଙ୍କ ପାଇଁ ଦୁଃଖ ପ୍ରକାଶ କରୁଛନ୍ତି।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଇସ୍ରାଏଲ ମଧ୍ୟ ଦୁଃଖ ପ୍ରକାଶ କରିଛି। ସୁଶାନ୍ତ ଇସ୍ରାଏଲର ପ୍ରକୃତ ବନ୍ଧୁ ବୋଲି କହି ଇସ୍ରାଏଲର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଡେପୁଟି ଡାଇରେକ୍ଟର ଗିଲାଡ କୋହେନ ସୁଶାନ୍ତଙ୍କ ପାଇଁ ଏକ ଟୁଇଟ କରିଛନ୍ତି।

ଗିଲାଡ କୋହେନ ସୁଶାନ୍ତଙ୍କର ଏକ ଭିଡିଓ ମଧ୍ୟ ଦେୟାର କରିଛନ୍ତି। ଏହି ଭିଡିଓ ସେହି ସମୟର ଯେତେବେଳେ ସୁଶାନ୍ତ ୨୦୧୯ରେ କୋଷ୍ଟାର ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ସହ ଇସ୍ରାଏଲ ଯାଇଥିଲେ। ଏହି ଭିଡିଓରେ ସୁଶାନ୍ତ ଖୁବ୍‌ ମସ୍ତି କରୁଥିବା ଦେଖିବାକୁ ମିଳିଛି।

Comment